କେନ୍ଦୁଝରଗଡ ପୌର ପ୍ରଶାସନ ତରଫରୁ କରାଯାଇଥିବା ଅସ୍ଥାୟୀ ଜଳଛତ୍ର ସ୍ଥାପନ କେବଳ ଧର୍ମକୁ ଆଖିଠାର; ପିଇବାକୁ ପାଣି ବ୍ୟବସ୍ଥା କରାଯାଉନାହିଁ!
କେନ୍ଦୁଝରଗଡ ପୌର ପ୍ରଶାସନ ତରଫରୁ କରାଯାଇଥିବା ଅସ୍ଥାୟୀ ଜଳଛତ୍ର ସ୍ଥାପନ କେବଳ ଧର୍ମକୁ ଆଖିଠାର; ପିଇବାକୁ ପାଣି ବ୍ୟବସ୍ଥା କରାଯାଉନାହିଁ!
କେନ୍ଦୁଝରଗଡ:୨୪/୦୫ (ଖଣ୍ଡାଧାର ନିଉଜ ବ୍ୟୁରୋ) ଏହି ସୂଚନା କେନ୍ଦୁଝର ସହର ସ୍ଥାନୀୟ ବାସିନ୍ଦାମାନଙ୍କ ତରଫରୁ ମୋ ନିକଟକୁ ପଠାଇଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା କାରଣରୁ କେନ୍ଦୁଝରଗଡ ପୌର ପ୍ରଶାସନ ତରଫରୁ ସହରର ବିଭିନ୍ନ ସ୍ଥାନରେ ଯାତାୟାତ ସାଧାରଣ ଜନତାଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରାଯାଇଛି। କିନ୍ତୁ ଉକ୍ତ ଅସ୍ଥାୟୀ କେନ୍ଦ୍ର ଗୁଡିକରେ ପିଇବା ପାଣି ବ୍ୟବସ୍ଥା କେବଳ ପ୍ରଚାର ଓ ପ୍ରସାରଣ କରିବା ବ୍ୟତୀତ ସେଠାରେ ପାଣି ନଥିବା ସ୍ଥାନୀୟ ବାସିନ୍ଦା ସମାଲୋଚିତ କରିଛନ୍ତି। ଯଦି ଯାତାୟାତ ସାଧାରଣ ଜନତାଙ୍କ ପାଇଁ ପୌର ପ୍ରଶାସନ ତରଫରୁ ପିଇବା ପାଣି ବ୍ୟବସ୍ଥା କରାଯାଇଛି। ତେବେ ନିୟମିତ ଭାବରେ ସେହିସବୁ ଜଳଛତ୍ର ଅସ୍ଥାୟୀ କେନ୍ଦ୍ର ଗୁଡିକରେ ପିଇବା ପାଣି କଣ ପାଇଁ ରଖାଯାଉ ନାହିଁ? ଯଦି ଜଳଛତ୍ର ଅସ୍ଥାୟୀ କେନ୍ଦ୍ର ଗୁଡିକରେ ସରକାରଙ୍କ ବିପୁଳ ଅର୍ଥ ବ୍ୟୟବରାଦ କରି କରାଯାଇଛି। ତେବେ ଏହି ଲୋକଦେଖାଣିଆ କାର୍ଯ୍ୟକ୍ରମ କାହା ସ୍ବାର୍ଥରେ ଉଦ୍ଧିଷ୍ଟ ଅଟେ? ପୌର ପ୍ରଶାସନ ତରଫରୁ କେବଳ ଧର୍ମକୁ ଆଖିଠାର ମାରିବା ଭଳି ଜଳଛତ୍ର ସ୍ଥାପନ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ଏପରି ଜଳଛତ୍ର ଅସ୍ଥାୟୀ କେନ୍ଦ୍ର ଗୁଡିକରେ ପ୍ରାୟତଃ ଦିର୍ଘଦିନ ଧରି ପିଇବାକୁ ପାଣି ବ୍ୟବସ୍ଥା କରାଯାଉନାହିଁ କଣ ପାଇଁ ବୋଲି ସାଧାରଣରେ ଆଲୋଚନା ହେଉଥିବା ବେଳେ ପୌର ପ୍ରଶାସନ ତରଫରୁ ନିୟମିତ ଭାବରେ ସେହିସବୁ ଜଳଛତ୍ର ଅସ୍ଥାୟୀ କେନ୍ଦ୍ର ଗୁଡିକରେ ପିଇବା ପାଣି ଯୋଗାଣ କରୁନଥିବାରୁ ସହରବାସୀ ବିରକ୍ତି ପ୍ରକାଶ କରୁଛନ୍ତି। ବର୍ତ୍ତମାନ ଏଠାରେ ଯେଉଁ ଫୋଟ ପ୍ରଦର୍ଶନ କରାଯାଇଛି, ତାହା ମୋଚିବନ୍ଧ ସ୍କୁଲ ସନ୍ନିକଟ ଅସ୍ଥାୟୀ ଜଳଛତ୍ର କେନ୍ଦ୍ରର ଅଟେ। କେନ୍ଦୁଝର ସହରର ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ମଧ୍ଯ ଏପରି ଦୁରାବସ୍ଥା ଦେଖିବାକୁ ମିଳିଅଛି।