ବାଲି ବୋଝେଇ ଟ୍ରାକ୍ଟରକୁ ଜବଦ କଲା ବନବିଭାଗ।
ବାଲି ବୋଝେଇ ଟ୍ରାକ୍ଟରକୁ ଜବଦ କଲା ବନବିଭାଗ।
ପାଟଣା-୨୩/୦୫, ପାଟଣା ବନବିଭାଗ ପକ୍ଷରୁ ରାତ୍ରିକାଳୀନ ପେଟ୍ରୋଲିଂ ଚାଲିଥିବା ସମୟରେ ତଣ୍ଡୋ ବିଟ ଘାଟବାଲିଯୋଡି ରାସ୍ତା ନିକଟରୁ ଗତରାତି ସାଢ଼େ 9 ଟା ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଜବଦ କରାଯାଇଛି। ବେଆଇନ ଭାବେ ବାଲି ଚାଲାଣ ହେଉଥିବା ବେଳେ ବନବିଭାଗ କୁ ଦେଖି ଟ୍ରାକ୍ଟର ଚାଳକ ଫେରାର ହୋଇ ଯାଇଥିଲା। ଟ୍ରାକ୍ଟର ଟିକୁ ଜବଦ କରି ପାଟଣା ବନାଞ୍ଚଳ କାର୍ଯ୍ୟାଳୟ କୁ ଅଣାଯାଇଛି। ବନପାଳ ନିରଞ୍ଜନ ସେଠୀ, ବନରକ୍ଷୀ ଦୀପକ ସ୍ବାଇଁ ଓ ପାରା କର୍ମଚାରୀ ମାନେ ଚଢ଼ାଉ ରେ ସାମିଲ ଥିଲେ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।