ରୋଟାରୀ କ୍ଲବ୍ କେନ୍ଦୁଝରଗଡ ତରଫରୁ ଥଣ୍ଡା ଜଳ ମେସିନ୍ ପ୍ରଦାନ।
ରୋଟାରୀ କ୍ଲବ୍ କେନ୍ଦୁଝରଗଡ ତରଫରୁ ଥଣ୍ଡା ଜଳ ମେସିନ୍ ପ୍ରଦାନ।
କେନ୍ଦୁଝର:୨୩/୦୫, କେନ୍ଦୁଝର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ରୋଟାରୀ କ୍ଲବ୍ କେନ୍ଦୁଝରଗଡ଼ ପକ୍ଷରୁ ମଣ୍ଡୁଆସ୍ଥିତ ମା ତାରିଣୀଙ୍କ ମନ୍ଦିର ପରିସରରେ ଭକ୍ତ ମାନଙ୍କ ପାନୀୟ ଜଳର ସୁବିଧା ପାଇଁ ଏକ ଜଳ ବିଶୋଧନ ସହ ଥଣ୍ଡା ଜଳ ପ୍ରଦାନ କରୁଥିବା ୱାଟର କୁଲର୍ ସ୍ଥାପନ କରାଯାଇଛି।ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ୍ ମନୋଜ ତ୍ରିପାଠୀ ଏବଂ ଫାର୍ଷ୍ଟ ଲେଡି ରୋଟାରିଆନ୍ ମଧୁସ୍ମିତା ତ୍ରିପାଠୀ ଏହି ସେବା ମୂଳକ ପ୍ରକଳ୍ପକୁ ଉଦଘାଟନ କରିଥିଲେ।ରୋଟାରୀ କ୍ଲବ୍ କେନ୍ଦୁଝରଗଡ଼ର ସଭାପତି ରୋଟାରିଆନ୍ ହରିହର ମହାନ୍ତ ଏବଂ ସମ୍ପାଦକ ରୋଟାରିଆନ୍ ବିଜୟ କୁମାର ବେହେରାଙ୍କ ତତ୍ୱାବଧାନରେ ଏହି ଥଣ୍ଡା ଜଳ ପ୍ରଦାନ କରୁଥିବା ମେସିନ୍ ସ୍ଥାପନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ରୋଟାରିଆନ୍ ଦେଵବ୍ରତ ସ୍ୱାଇଁ,ରାଜଲକ୍ଷ୍ମୀ ସ୍ୱାଇଁ,ପ୍ରଶାନ୍ତ ସ୍ୱାଇଁ,ନିରୁପମା ସ୍ୱାଇଁ ଏବଂ ମନ୍ଦିର ଟ୍ରଷ୍ଟର କାର୍ଯ୍ୟକର୍ତ୍ତା ତଥା ଭକ୍ତଗଣ ଉପସ୍ଥିତ ଥିଲେ।ରୋଟାରୀ କ୍ଲବ୍ କେନ୍ଦୁଝରଗଡ଼ର ଏହି ସେବା ମୂଳକ କାର୍ଯ୍ୟକୁ ସାଧାରଣ ରେ ଉଚ୍ଚ ପ୍ରଶଂସା କରାଯାଇଛି।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।