logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସୁଢଳ କୁମାର ସେଠୀ ଙ୍କୁ ଡିସିସି ସାଧାରଣ ସମ୍ପାଦକ ସହ ମିଡ଼ିଆ ଓ ଅଫିସ ପରିଚାଳନା ର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସୁଢଳ କୁମାର ସେଠୀ ଙ୍କୁ ଡିସିସି ସାଧାରଣ ସମ୍ପାଦକ ସହ ମିଡ଼ିଆ ଓ ଅଫିସ ପରିଚାଳନା ର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

କେନ୍ଦୁଝର:୨୩/୦୫, ଜିଲ୍ଲା କଂଗ୍ରେସ ଆଗକୁ କିପରି ସୁସଂଗଠକ ଭାବେ ପ୍ରତ୍ୟେକ କାର୍ଯ୍ଯକ୍ରମକୁ ସଦୁପଯୋଗ କରି ସୋସିଆଲ ମିଡ଼ିଆ ସହିତ ରହି ଆଗକୁ ବଢିବ ଓ ସାମ୍ବାଦିକ ଭାଇ ମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ ରଖିପାରିବ,କଂଗ୍ରେସର ପ୍ର6ତ୍ୟକ କାର୍ଯ୍ୟକ୍ରମ କିପରି ସୋସିଆଲ ମିଡ଼ିଆ ଜରିଆରେ ଲୋକଲୋଚନକୁ ଆସିବାରେ ସକ୍ଷମ ହୋଇ ପାରିବ l ସୋସିଆଲ ମିଡ଼ିଆ ହିଁ କେବଳ ପରିବର୍ତ୍ତନ ରାହା ହୋଇପାରୁଛି,ବର୍ତମାନ ସମୟ ପ୍ରିଣ୍ଟ ମିଡ଼ିଆ, ଇଲୋକ୍ଟ୍ରୋ ମିଡ଼ିଆ ସମାଜରେ ଗୁରୁଦାୟିତ୍ୱ ବହନ କରୁଛି l ଏହାକୁ ଗୁରୁତ୍ୱଦେଇ ଶ୍ରୀ ସୁଢଳ କୁମାର ସେଠୀ ଙ୍କୁ ଡିସିସି ସାଧାରଣ ସମ୍ପାଦକ ଦାୟିତ୍ୱ ସହ ତାଙ୍କୁ ପୁନର୍ବାର ସୋସିଆଲ ମିଡ଼ିଆ,ଅଫିସ ଓ ନିର୍ବାଚନୀ ପ୍ରକ୍ରିୟା କାର୍ଯ୍ୟ ବୁଝିବା ପାଇଁ ଡିସିସି ସଭାପତି ଶ୍ରୀ ମନୋଜ କୁମାର ଜେନା ନିଯୁକ୍ତି କରିଛନ୍ତି l ଶ୍ରୀ ସେଠୀ ଆଗରୁ ବହୁ ଥର କଂଗ୍ରେସ ସୋସିଆଲ ମିଡ଼ିଆ ଭଳି ଗରୁତ୍ବପୂର୍ଣ୍ଣ ପଦବୀଙ୍କୁ ସୁଚାରୁରୂପେ ତୁଲାଇଥିଲେ,ସେ ଜଣେ କଂଗ୍ରେସ ପ୍ରେମୀ ଓ ସୋସିଆଲ ମିଡ଼ିଆ ସହିତ ଅଙ୍ଗାଙ୍ଗୀଭାବେ ଜଡିତ,ଲୋକସମ୍ପର୍କ ଭାଇଚାରା ମିଜାସର ଓ ଲୋକପ୍ରିୟତା ଥିବାରୁ ତାଙ୍କୁ ଗୁରୁତ୍ୱପୂର୍ଣ ଦାୟିତ୍ୱ ଦିଆଯାଇଛି ।ସେହିପରି ଜିଲ୍ଲା କଂଗ୍ରେସ ମୁଖପାତ୍ର ଭାବେ ଶ୍ରୀ ଦୀପକ କୁମାର ରାଜ, ବିଶ୍ୱରଂଜନ ପାଣିଗ୍ରାହୀ, ଚଣ୍ଡୀ ପ୍ରସାଦ ପାଣିଗ୍ରାହୀ ଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି l ଏଥିପାଇଁ ପୂର୍ବତନ ପିସିସି ସଭାପତି ତଥା ମନ୍ତ୍ରୀ ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ତଥା ମନ୍ତ୍ରୀ ଶ୍ରୀ ଜୟଦେବ ଜେନା, ପିସିସି ସଭାପତି ଉକ୍ତ ଚରଣ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟl

6
514 views

Comment