ବିଶାଳ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଉଦଯାପିତ।
ବିଶାଳ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଉଦଯାପିତ।
କେନ୍ଦୁଝର, ତା 23/05/2026 ଦିନ, ନାର୍ମେଦେଶ୍ୱର ମାଇନିଙ୍ଗ ଅଫେକଟେଡ଼ ଡେଭଲପମେଣ୍ଟ ଟ୍ରଷ୍ଟ ଓ ଭୂମିକା ଚକ୍ଷୁ ଚିକିତ୍ସାଲୟ, କେନ୍ଦୁଝର ର ମିଳିତ ଆନୁକୂଲ୍ୟରେ ଉପର ଜାଗର ଠାରେ 22,23 ଦୁଇ ଦିନ ଧରି ବିଶାଳ ଚକ୍ଷୁ ଚିକିତ୍ସାଶିବିର ଅନୁଷ୍ଠିତ ହୋଇଯାଇଛି l ଶ୍ରମିକ ନେତା ଶ୍ରୀ ଖଗେଶ୍ୱର ପୂର୍ତ୍ତି ଓ ଯୁବ ସମାଜ ସେବୀ ଶ୍ରୀ ବିନୟ କୁମାର ଦାସଙ୍କ ସଂଯୋଜନା ରେ ଅନୁଷ୍ଠିତ ଦୁଇ ଦିନିଆ ଶିବିରରେ, ଉପର ଜାଗର, ତଳଜାଗର, କୁମୁଡି, ପୁରୁମୁଣ୍ଡା, ପୋଡାଦିହି, ଦୁଧପଶି,ପେଣ୍ଠେଇସାଇ ଆଦି ଗ୍ରାମରୁ 347 ଜଣ ଆଦିବାସୀ ଓ ବନବାସୀ ମାନଙ୍କର ଚକ୍ଷୁ ପରୀକ୍ଷା, ଚଷମା ପରୀକ୍ଷା, ରକ୍ତ ପରୀକ୍ଷା କରାଯାଇ ପ୍ରାଥମିକ ସେବା ଯୋଗାଇ ଦିଆଯାଇଛି l ପ୍ରଫେସର ଡାକ୍ତର ସନ୍ତୋଷ କୁମାର ସେଠୀଙ୍କ ମାର୍ଗଦର୍ଶନରେ, ଭୂମିକା ଅନୁଷ୍ଠାନ ରାଜ୍ୟ ପରିଚାଳକ ଶ୍ରୀ କର୍ଣ୍ଣାଟ କିଶୋର ଜେନା ଓ ଉପଦେଷ୍ଟା ତଥା ବରିଷ୍ଠ ସମାଜସେବୀ ଶ୍ରୀ ଭକ୍ତ ବତ୍ସଳ ମହାନ୍ତିଙ୍କ ତତ୍ୱାବଧାନରେ ଭୂମିକା ଚକ୍ଷୁ ଚିକିତ୍ସାଲୟ ର ଅପ୍ଟମ ମଧୁସ୍ମିତା ମାଝୀ, ଜୁଲି ନାୟକ, ମନସ୍ବିନୀ ମହାନ୍ତ, ମାନବେନ୍ଦୁ ମହାନ୍ତ ଭିଜନଟେକେନସିଆନ ଲଳିମା ଜେନା, ପୂଜାରାଣୀ ମହାନ୍ତ, ଲଷ୍ମୀପ୍ରିୟା ବେହେରା, ଭବସ୍ମିତା ପାତ୍ର ଓ 7 ଜଣ ବରିଷ୍ଠ ସ୍ୱାସ୍ଥ୍ୟସେବିକା ପ୍ରମୁଖ ଚକ୍ଷୁ ଚିକିତ୍ସା କରି,ବନବାସୀ ଆଦିବାସୀ ମାନଙ୍କ ମଧ୍ୟରୁ 37 ଜଣ ବରିଷ୍ଠ ନାଗରିକ ଙ୍କର ମୋତିଆବିନ୍ଦୁ ଚି଼ହ୍ନଟ କରାଯାଇଛି ଏବଂ ଭୂମିକା ଚିକିତ୍ସାଳୟରେ ଅସ୍ତ୍ରଉପଚାର କରିବାକୁ ସ୍ଥିର ହୋଇଛି l ସକ୍ଷମ ଅନୁଷ୍ଠାନଦ୍ୱରା ପ୍ରଦତ୍ତ ଭ୍ରାମ୍ୟମାଣ ଶୀତତାପ ନିୟଂତ୍ରିତ ଚଖୁ ଚିକିତ୍ସାଲୟ ମାଧ୍ୟମରେ ରୋଗୀମାନଙ୍କୁ ସେବା ପ୍ରଦାନ କରାଯାଇଥିଲା l ନର୍ମଦେଶ୍ୱର ମାଇନିଙ୍ଗ ଅଫେକଟେଡ଼ ଡେଭଲପମେଣ୍ଟ ଟ୍ରଷ୍ଟ ତରଫରୁ ରୋଗୀ ମାନଂକୁ ମାଗଣା ଔଷଧ, ଡ୍ରପ ଓ ଚଷମା ବିତରଣ କରାଯାଇଛି l ଭୂମିକା ଚକ୍ଷୁ ଚିକିତ୍ସାଲୟ ପରିଚାଳକ ଶ୍ରୀ ହିମାଂଶୁ ସାମଲ, ସ୍ୱାସ୍ଥ୍ୟ ସଂଗଠକ ସରୋଜ ବାରିକ, ନରମେ ର୍ଦେଶ୍ୱରାୟ ଟ୍ରଷ୍ଟ ସଭାପତି ଶ୍ରୀମତୀ ଯଶୋଦା ସେନାପତି, ଯମୁନା ପୂର୍ତ୍ତି, ବୀଣା ମୁଣ୍ଡା, ସୁଲୋଚନା ଦେହୁରୀ, ଯୁବ ସାମ୍ବାଦିକ ଶ୍ରୀ ସତ୍ୟଜିତ ମିଶ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ l ପାଥୋଲୋଜିଷ୍ଟ ଶ୍ରୀ ଚିନ୍ମୟ କୁମାର ସାହୁ ଉପସ୍ଥିତରହି 226 ଜଣଂକର ରକ୍ତ ପରୀକ୍ଷା ଓ ରକ୍ତ ଚାପ ପରୀକ୍ଷା କରିଥିଲେ l ଟ୍ରଷ୍ଟ ର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଶିବିର ପରିଚାଳନା ରେ ସହଯୋଗ କରି ଥିଲେ l ଆଗକୁ ଏହିପରି ସେବା କାର୍ଯ୍ୟକ୍ରମ ଚାଲୁ ରହିବବୋଲି ସଭାପତି ଶ୍ରୀମତୀ ଯଶୋଦା ସେନାପତି ଜଣାଇଛନ୍ତି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟl