ଉଚ୍ଚବାଲି ରେ ଅଖଣ୍ଡ ଚବିଶ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ।
ଉଚ୍ଚବାଲି ରେ ଅଖଣ୍ଡ ଚବିଶ ପ୍ରହର ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ।
ଚମ୍ପୁଆ -୨୩/୦୫(ଖଣ୍ଡାଧାର ନିଉଜ )ଚମ୍ପୁଆ ବ୍ଲକ ଉଚ୍ଚବାଲି ପଞ୍ଚାୟତ ଅନ୍ତର୍ଗତ ଉଚ୍ଚବାଲି ଗ୍ରାମରେ ଗ୍ରାମବାସୀଙ୍କ ସହଯୋଗରେ ଅଖଣ୍ଡ ହରିନାମ ମହାମନ୍ତ୍ର ଚବିଶ ପ୍ରହର ନାମଯଜ୍ଞ ୨୦ତାରିଖ ବୁଧବାର ଠାରୁ ଚାରିଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଦିନ ଗ୍ରାମର ଭକ୍ତ ଶ୍ରଦ୍ଧାଳୁ ମାନେ ନିକଟସ୍ଥ ବୈତରଣୀ ନଦୀ ଦୋମୁହାଣୀ ଘାଟରୁ ଶୁଦ୍ଧ ଜଳ କଳସ ଆଣି ଗ୍ରାମ ପରିକ୍ରମା କରିବା ପରେ ଘଟ ସ୍ଥାପନ, ଅଧିବାସ, ନାମଯଜ୍ଞ ଆରମ୍ଭ କରାଯାଇଥିଲା l ପୂଜକ ବିରଞ୍ଚି ନାରାୟଣ ମିଶ୍ର(ବାଙ୍କୁ ନନା )ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିବା ବେଳେ ସଂକଳ୍ପରେ ପଦ୍ମଲୋଚନ ନାଏକ, ପ୍ରତାପ ନାଏକ (ପଲଉ) ଯଜ୍ଞ ଆସ୍ଥାନରେ ଓ ବାହାରେ କମଳ ଲୋଚନ ନାଏକ, ଗୁରୁଚରଣ ନାଏକ, ନରେନ୍ଦ୍ର ନାଏକ, ସନ୍ତୋଷ ନାଏକ, ତ୍ରିଲୋଚନ, ଚକ୍ରଧର, ଯାଦବ, ମାଗୁଣି ବସିଥିଲେ l ପ୍ରଥମେ ଉଚ୍ଚବାଲି ଗ୍ରାମର ସଂକୀର୍ତନ ମଣ୍ଡଳୀ ଦ୍ଵାରା ନାମ ନେଇଥିଲେ l ଏହା ସହିତ ଅଞ୍ଚଳ ର ବଡନଈ, ରରୁଆଁଗୋଡ଼ା, ଭୂଇଁପୁର, ସିଲିସୁଆଁ ସହିତ ପୋଡ଼ଶୀ ମୟୁରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳର ବେଲବରିଆ ସଂକୀର୍ତନ ଦଳ ହରିନାମ ମହାମନ୍ତ୍ର ନେଇଥିଲେ l ୨୩ତାରିଖ ଶନିବାର ପୂର୍ଣ୍ଣାହୂତି, ବୈଠକୀ ପାଲା ଓ ନଗର ପରିକ୍ରମା କରି ନାମ ସଂକୀର୍ତନ କୁ ଉଦଯାପିତ କରାଯାଇଥିଲା l ହରିନାମ ଅଖଣ୍ଡ ମହାମନ୍ତ୍ର ଶୁଣିବାକୁ ଦେଖିବାକୁ ଗ୍ରାମ ତଥା ଅଞ୍ଚଳରୁ ସହସ୍ରାଧିକ ଭକ୍ତ ଶ୍ରଦ୍ଧାଳୁ ଜନତା, ପୁରୁଷ, ମହିଳାମାନଙ୍କ ସମାଗମ ହୋଇଥିଲା l କାର୍ଯ୍ୟକ୍ରମକୁ ଯଜ୍ଞ କମିଟି ସଦସ୍ୟ ସରୋଜ ନାଏକ, ଘାସିରାମ ନାଏକ, ଅବସରପ୍ରାପ୍ତ ଶିକ୍ଷକ ଜୟରାମ ନାଏକ, ଖଗେଶ୍ୱର ନାଏକ, ଧନୃଜୟ ନାଏକ, ଚୌଧୁରୀ ନାଏକ, ଗୌତମ ନାଏକ, ସଂଗୀତ କଳାକାର ବିଜୟ କୁମାର ବାରିକ ପ୍ରମୁଖଙ୍କ ଦ୍ଵାରା ପରିଚାଳିତ ହୋଇଥିଲା।
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟl