କେନ୍ଦୁଝର ର ଶୀତ - ଦେବାଶିଷ ଚକ୍ରବର୍ତ୍ତୀ ଙ୍କ ଦ୍ଵାରା ରଚିତ କବିତା।
କେନ୍ଦୁଝର ର ଶୀତ ************** ଦେବାଶିଷ ଚକ୍ରବର୍ତ୍ତୀଯେଉଁଠି ସୁଖ ଅଳପଅଥଚ ଦୁଃଖ ଅପ୍ରମିତନିଧଡକ ରେ ତାକୁ କହିପାରକେନ୍ଦୁଝର ର ଶୀତ lବଣୁଆ ହାତୀ ର ପାହୁଲ କୁ ସିନାବାଟ ଓଗାଳି ପାରେ ନିଆଁହୁଳାହେଲେ ତାହା ଆକଟ କରି ପାରିବ କିଶୀତ ର ଚଲା ବୁଲା ?ପତ୍ର ର ପାପୁଲି ରୁ ଝରି ପଡୁଥିବାଟୋପା ଟୋପା କଅଁଳା କାକରମନେ ହୁଏନି କି ନିଆଶୀ ର ଅଶ୍ରୁ ନୀର ?ଉପର ପାଣିଆ ଜମି ଅରାକରେଯାହା କିଛି ହୋଇଥିଲା ଫସଲତାକୁ ଉଜାଡି ଦେଇଛନ୍ତି ହାତୀପଲତାକୁ କୁଆଡେ ଭରଣା କରିବେ ସରକାରହେଲେ ସେତକ ପାଇବା ଲାଗିବାବୁଭାୟାଙ୍କର ଦିଲ୍ ଖୁସ୍ କରିବାକୁକାହୁଁ ପାଇବେ ସମ୍ବଳ?ତଇଲା ରେ ସୋରିଷ ବିଛେଇ ଦେଇଛି ତାର ପଣତମନେ ହୁଏ ସିନା ଧରଣୀମନ ଖୁସିରେ ନାଇଛିହଳଦୀ ରଙ୍ଗର ପାଟହେଲେ ତା ଭିତରୁ ଶୁଭେନିକି ଭୋକର କୁହାଟ ?ଏହା ସିନା ଯୋଗାଇବତିନି କି ଚାରି ମାସର ଆହାରବାକି କେଇମାସ ତମଉଆଳୁ, ପିତାଳୁ କି ସିଆଡ଼ିଫଳ ହିଁ ଭରସା କେବଳ lଦଶ ତଳକୁ ଖସିଲାଣି ପାରଦରେଜେଇ, କମ୍ବଳ ବିକରିପାରୁ ନାହାନ୍ତି ଶୀତକୁ ଆକଟଚିରାଫୁଟା ଚାଦର ର କେତେ ବହପ ଯେସମ୍ଭାଳିବ ତାର ଦାପଟ ?ସେକେଉଁ ଯୁଗରୁ ଦିହରେ ତାରଜମିଛି ବୋଲି ବିଧେ ବହଳର ମଳିହେଲେ ତାହା ନୁହେଁକି ଅରଖିତ କୁ ଦଇବର ସାହା ଭଳି ?ରାସ୍ତା କଡ଼ର ଗଛ ତ ତାଳୁରୁ ତଳିପାଧୂଳି ସର ସରଯେମିତିକି ଉପେକ୍ଷା ରେଜୀବନ ଏଇଠି ଧୂଳିଧୂସର ଏଠାରେ ସିନା ବେଳ ଉଇଁବାକୁ ଉଛୁରହେଲେ ବେଳ ବୁଡିବାକୁ ଭାରି ତରତରଏଠି ଆଲୁଅ କମ୍ ଅଧିକ ଅନ୍ଧାରଜଙ୍ଗଲ କୁ ତ ଅଧାରୁ ଅଧିକଚନ୍ଦା କରିସାରିଲେଣି ଖଣିଚୋରଖଣି ମାଫିଆ ତ ଲୁଟି ନେଲେଣିରତନ ଭୂଧର ସତେ କଣ ଏଇମିତିକେନ୍ଦୁଝରିଆଙ୍କ କପାଳରେ ଲେଖାଥିବଶୀତର ନୈରାଜ୍ୟ କେବଳ ?ଜୀଵନ ତରୁ ର ଡାଳରେଆଶାବରୀ ଶୁଣାଇବନିଆଶା ର କୋକିଳ?******************************** ମଣ୍ଡୁଆ, କେନ୍ଦୁଝର ଗଡ଼ ମୋ 9437752395