
ଗାଁ ମାଟିରେ ଅଗ୍ନିବୀରଙ୍କୁ ସ୍ୱାଗତ।
ଗାଁ ମାଟିରେ ଅଗ୍ନିବୀରଙ୍କୁ ସ୍ୱାଗତ।
କେନ୍ଦୁଝର, : ୦୮।୧୨ ସଦର ବ୍ଲକ ଅନ୍ତର୍ଗତ ଶଙ୍କରପୁର ଗ୍ରାମର ଜଣେ ଗରିବ କୃଷକ ଶଶୀଭୂଷଣ ବାରିକଙ୍କ ସୁପୁତ୍ର ସୁରଞ୍ଜନ ବାରିକ୍ ବୟସ ୨୦ବର୍ଷ ଭାରତୀୟ ସୈନ୍ୟବାହିନୀ ଅଗ୍ନିବୀର ରେ ସଫଳତା ପାଇ ଟ୍ରେନିଂ ପାଇଁ ବାଙ୍ଗାଲୋର୍ ଯାଇଥିଲେ। ସେଠାରୁ ଟ୍ରେନିଂ ସାରି ଗତକାଲି ନିଜ ଘର ଶଙ୍କରପୁରକୁ ଆସୁଥିଲେ। ତାଙ୍କୁ ସ୍ଵାଗତ କରିବାପାଇଁ ତାଙ୍କ ଗ୍ରାମର ସଦାନନ୍ଦ ବାରିକ୍, ସନାତନ ବାରିକ, ମାର୍କଣ୍ଡ ବାରିକ୍ , ଅଶୋକ କୁମାର ବାରିକ୍ ,ଅଭୟ ବାରିକ୍ , ସୁଶୀଲ ବାରିକ୍, ବିଶ୍ଵଜିତ ବେହେରା, ଜଗନ୍ନାଥ ମାରିତିଆ,ସଭ୍ୟ ରଂଜନ ବାରିକ୍ ,ଭରଷା ପରିବାର ଟ୍ରଷ୍ଟର ରକ୍ତଦାତା ସଂଯୋଜକ ଶେକ୍ ତହିଦ୍, ବଣିଆପାଟ ଶିଶୁ ମନ୍ଦିରର ଗୁରୁଜୀ ବିଦ୍ୟାଧର ମହାନ୍ତ, କେନ୍ଦୁଝରରୁ ସୁ ସଜ୍ଜିତ ଏକ କାରରେ ସ୍ୱାଗତ କରି ଗ୍ରାମକୁ ପାଛୋଟି ନେଇଥିଲେ।ଗ୍ରାମଛକରେ ଶହ ଶହ ସଂଖ୍ୟାରେ ଶୁଭେଚ୍ଛୁ ,ଗ୍ରାମବାସୀ, ବନ୍ଧୁବାନ୍ଧବ ତାଙ୍କୁ ସ୍ଵାଗତ କରିବା ପାଇଁ ରୁଣ୍ଡ ହୋଇଥିଲେ। ପରେ ପରେ ତାଙ୍କ ଗ୍ରାମରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ଗ୍ରାମବାସୀ ବାଜା ରୋଷଣି ବଜାଇ ବାଣ ଫୁଟାଇ ଡିଜେ ଗୀତର ତାଳେ ତାଳେ ତାଙ୍କ ଘରକୁ ନେଇଯାଇଥିଲେ। ଘରେ ସମସ୍ତଙ୍କ ପାଇଁ ଭୋଜିଭାତର ଆୟୋଜନ କରାଯାଇଥିଲା ।ତାଙ୍କର ଏହି ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।
ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ,
ମୋବାଇଲ ନମ୍ବର 9437627342