logo

ଦାମନଯୋଡ଼ିରେ ପବିତ୍ର ଗୀତା ଜୟନ୍ତୀ

ଦାମନଯୋଡ଼ି,୦୭/୧୨: ନାଲକୋ ଟାଉନସିପ ସେକ୍ଟର-୧ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ରବିବାର ପବିତ୍ର ଗୀତା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ସକାଳେ ସୂର୍ଯ୍ୟ ପୂଜା,ଘଟ ସ୍ଥାପନ,ଗଣପତିଙ୍କ ପୂଜାପରେ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା।ଗୀତାର ସମସ୍ତ ଅଷ୍ଟାଦଶ ଅଧ୍ୟାୟ ପାଠ ସହିତ ପ୍ରତି ଶ୍ଲୋକରେ ଆହୂତି ପ୍ରଦାନ କରାଯାଇଥିଲା।ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ସମୂହ ଗୀତାପାଠ କରିଥିଲେ।ମନ୍ଦିର ପୁରୋହିତ ରାମକୃଷ୍ଣ ମିଶ୍ର,ପୂଜକ ଅଜୟ କୁମାର ପଣ୍ଡା,ଅମୀୟ କୁମାର ସାମନ୍ତରାୟ ଓ ବିପିନ ବିହାରୀ ପଣ୍ଡା ପୂଜା କାର୍ଯ୍ୟ କରିଥିଲେ।ସଂସ୍କୃତ ଶିକ୍ଷକ ସୁଭାଶିଷ ରଥ ଗୀତାପାଠ କରିଥିଲେ।ସୁଶାନ୍ତ କୁମାର ଦାଶ ଓ ପତ୍ନୀ ସରୋଜିନୀ ତ୍ରିପାଠୀ କର୍ତ୍ତା ଦାୟିତ୍ବ ତୁଲାଇଥିଲେ।ନକୁଳ ଚରଣ ପତି,ମୂରଲୀଧର ମହାପାତ୍ର,ଶ୍ରୀକାନ୍ତ ପାଣିଗ୍ରାହୀ,ଜଳେନ୍ଦ୍ର ତ୍ରିପାଠୀ ଓ ସନ୍ତୋଷ କୁମାର ପଣ୍ଡା ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ,ଉପସଭାପତି ବିଛନ୍ଦ ଚରଣ ଦାଶ,ସମ୍ପାଦକ କୈଳାସ ଚନ୍ଦ୍ର ସେନାପତି, ପୂର୍ବତନ ସମ୍ପାଦକ ରାଜେନ୍ଦ୍ର ମିଶ୍ର,କୋଷାଧ୍ୟକ୍ଷ ପି.କେ.ମହାରଣା ଓ ଯୁଗ୍ମ ସମ୍ପାଦକ ତ୍ରିଲୋଚନ ଚୌଧୁରୀଙ୍କ ସହିତ ଶିଶିର ପରିଡ଼ା,ରଞ୍ଜନ କୁମାର ବେହେରା,ଅନାମ ଚରଣ ନାୟକ,ପ୍ରକାଶ କୁମାର ଦ୍ୱିବେଦୀ,ମଧୁସୂଦନ ପଣ୍ଡା, ଡଃ ଅଶୋକ କୁମାର ମହାନ୍ତି,ପୂର୍ଣ୍ଣଚନ୍ଦ୍ର ମହାନ୍ତ,ପ୍ରକାଶ ଚନ୍ଦ୍ର ସାହୁ,ଗୌତମ ସାହୁ,ଖଦାଳ ନାୟକ,ରବୀନ୍ଦ୍ର ନାଥ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ସମୂହ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା।

38
1941 views