logo

ଦ୍ଵିତୀୟ ପଥର ବନ୍ଧ - ନୀଳମଣି ଚାନ୍ଦ ଙ୍କ ଦ୍ଵାରା ରଚିତ କବିତା।

ଦ୍ଵିତୀୟ ପଥର ବନ୍ଧ।


ଦେଓଗାଁ କୁହ କି କୁଶଳେଶ୍ୱର
ତହିଁ ବିଜେ ବାବା ଯେ ମହେଶ୍ୱର।
ଶିବ ମନ୍ଦିର ବହୁ ପୁରାତନ
ଦେଖିଦେଲେ ଛନ୍ଦି ହୁଏରେ ମନ।
ଦକ୍ଷିଣରେ ଯାଏ କୁଶେଇ ବହି
ତା ପଥର ବନ୍ଧ କେ ଦେଖେ ରହି ।
ରାଜା ଧନୁର୍ଜ୍ଜ ନାରାୟଣ ଭଞ
ଗଢ଼ି ଥିଲେ ତା'କୁ କହିଲା ରଞ୍ଜ।
କୁଶେଇନଦୀର ବନ୍ୟା ଦାଉରୁ
ରକ୍ଷା ଚିନ୍ତା କରି କଲେ ସେ ସୁରୁ ।
ପଥର ବନ୍ଧ ସେ ପଥର ବନ୍ଧ
ଗଠନଟି ତା'ର ନୁହଁଇ ମନ୍ଦ ।
କାଠଯୋଡ଼ି ପଥର ବନ୍ଧ ପରେ
ଦ୍ଵିତୀୟ ସ୍ଥାନର ମର୍ଯ୍ୟାଦା ଧରେ।
ମାଙ୍କଡ଼ା ପଥରରେ ତିଆରି
ଉଚ୍ଚତା ପନ୍ଦର ଫୁଟର ପରି ।
ମୋ'ର ପିଲାଦିନେ ମୁଣ୍ଡନ ବେଳେ
ହଜିଯାଇଥିଲି ସେଠି ମୁଁ କାଳେ ।
ଶୁଣିଥିଲି ଜେଜେଙ୍କ ଠାରୁ ଯାହା
କେତେ କାନ୍ଦିଥିଲେ ମୋ ବୁଢ଼ୀମାଆ।
ଏବେ ପଥରବନ୍ଧ ଜରାଜୀର୍ଣ୍ଣ
ତଥାପି ମୋ ପାଇଁ ସିଏରେ ଭିନ୍ନ।
ଆମ କେନ୍ଦୁଝର ଗରବ କରେ
ଦେଖିନି ଯେ ବୁଲି ଆସୁରେ ଥରେ ‌।

ନୀଳମଣି ଚାନ୍ଦ
ପୁରୁଣିଆଁ, ଶାଳପଡ଼ା, ଆନନ୍ଦପୁର
କେନ୍ଦୁଝର, ମୋ:୯୫୮୩୨୦୨୨୫୭

37
1462 views