logo

ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା।

ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା।

ପାଟଣା: ୬/୧୨, ପାଟଣା ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ଏକ ଦିବସୀୟ ବିଜ୍ଞାନ ମେଳା ଆଜି ଅନୁଷ୍ଠିତ ହୋଇଛି। ଏଠାରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ୧୩୬ ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହି ମେଳାକୁ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜ୍ୟୋତିର୍ମୟ ତ୍ରିପାଠୀ, ବିଦ୍ୟାଳୟ ର ଚେୟାରମ୍ୟାନ ଅଜୟ କୁମାର ଦାଶ, ସମ୍ପାଦକ ଅବିନାଶ ଦାଶ ପ୍ରମୁଖ ସାମିଲ ଥିବା ବେଳେ ଅଧ୍ୟକ୍ଷ ଗଣେଶ ପ୍ରସାଦ ଦାସ କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ। ପ୍ରକଳ୍ପ ଗୁଡିକର ମୂଲ୍ୟାୟନ ଦାୟିତ୍ଵ ରେ ସ୍ୱାମପାଟଣା ମହାବିଦ୍ୟାଳୟର ବ୍ରଜେନ୍ଦ୍ର କୁମାର ପତି ଓ ଶରତ କୁମାର ମିଶ୍ର ଏବଂ ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟ ର ପାର୍ଥସାରଥୀ ବେଜ ଯୋଗ ଦେଇଥିଲେ। ବିଦ୍ୟାଳୟ ର ଜ୍ୟୋସ୍ନାରାଣୀ ତ୍ରିପାଠୀ, ସସ୍ମିତା ମହାନ୍ତ ରିମା ରଣା, ଭାବଶ୍ରୀ ସାହୁ, ଶ୍ରଦ୍ଧାଞ୍ଜଳି ଦାଶ, ନୃସିଂହ ଦାସ, ନୃସିଂହ ବେହେରା, ବବିତା ବାରିକ, ଲିପିକା ମହାନ୍ତ, ହୁସନାରା ପରବିନ, ଭୁବନ ସୁନ୍ଦର ମୁଦି, ସବିତା ବେହେରା, ହେମବତୀ ମହାନ୍ତ, ଲକ୍ଷ୍ମୀପ୍ରିୟା ସାହୁ,ଭାର୍ଗବୀ ପ୍ରିୟଦର୍ଶୀନୀ ମହାନ୍ତ, ସ୍ମୃତି ପାଢ଼ୀ ଓ ସାହାବାଜ ଆଲାମ ପ୍ରମୁଖ ବିଜ୍ଞାନ ମେଳା କୁ ପରିଚାଳନା କରିଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତି ଙ୍କ ରିପୋର୍ଟ, ମୋବାଇଲ:୯୪୩୯୨୧୧୧୭୮

23
1028 views