ଦୁଇ ବାଲି ବୋଝେଇ ହାଇହ୍ୱା ଜବଦ କଲା ପୋଲିସ।
ଦୁଇ ବାଲି ବୋଝେଇ ହାଇହ୍ୱା ଜବଦ କଲା ପୋଲିସ। ପାଟଣା:୬/୧୨,କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ଫାଣ୍ଡି ପୁଲିସ୍ ଆଜି ସକାଳେ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଦୁଇଟି ବାଲି ବୋଝେଇ ହାଇବା ଗାଡ଼ି କୁ ଜବତ କରିଛି ।OD-11-T-0338 ଓ OD-11-AF-0338 ନମ୍ବର ଦୁଇଟି ହାଇୱା ଗାଡ଼ି ଠାକୁରମୁଣ୍ଡା ରୁ ସାହାରପଡା କୁ ବାଲି ନେଇ ଆସୁଥିବା ସମୟରେ କୌଣସି ସୁତ୍ରରୁ ଖବର ପାଇ ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ୍ତ ଓରାମ ବାଲି ବୋଝେଇ ହାଇବା ୨ ଗାଡ଼ି କୁ ଅଟକ ରଖି ଖଣି ବିଭାଗ କୁ ସୂଚନା ଦିଆଯାଇଥିବା କହିଛନ୍ତି। କାଗଜ ପତ୍ର ଯାଞ୍ଚବେଳେ ଗାଡିର କାଗଜ ପତ୍ର ଦେଖାଇ ନପାରିବାରୁ ପୁଲିସ ୨ ଗାଡିକୁ ଅଟକ ରଖିଛି। ହାଇୱା ର ୨ ଅଟକ ଚାଳକ ଠାକୁରମୁଣ୍ଡା ର ଗୋପ ପରେଇ ଓ ମହୁଲଡିହା ର ପଦ୍ମଲୋଚନ ମହାନ୍ତ ଙ୍କୁ ଅଟକ ରଖୀ ପଚରାଉଚରା କରୁଛି।ପୁଲିସ ଦୁଇଟି ବାଲି ବୋଝେଇ ହାଇୱା ଗାଡି କୁ ଜବତ କରି ପାଟଣା ଥାନା କୁ ଆଣି ଘଟଣା ର ତଦନ୍ତ ଚଳାଇଛନ୍ତି ।ସାମ୍ବାଦିକ ବିଜୟ ରତ୍ନ ପତି ଙ୍କ ରିପୋର୍ଟ, ମୋବାଇଲ:୯୪୩୯୨୧୧୧୭୮