logo

ମାନବିକତା ର ଦୃଷ୍ଟାନ୍ତ !

**ମାନବିକତା ର ଦୃଷ୍ଟାନ୍ତ**

** ମୃତଦେହକୁ କାନ୍ଧରେ ବୋହିଲେ ପୂର୍ବତନ ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ**

ଯୋଡ଼ା- କେନ୍ଦୁଝର ଜିଲ୍ଲାର ଯୋଡ଼ା ଥାନା ଅନ୍ତର୍ଗତ କଳାପାହାଡ଼ ନିକଟରେ ଗତ ଶୁକ୍ରବାର ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଯାଇଥିଲା। ଏକ ମୋଟରସାଇକେଲ୍ ଓ ଟ୍ରଲର ମଧ୍ୟରେ ହୋଇଥିବା ଧକ୍କାରେ ଘଟଣାସ୍ଥଳର ଦୃଶ୍ୟ ମର୍ମବିଦାରକ ଥିଲା। ଖବର ପାଇ ଯୋଡ଼ା ପୁଲିସ ଦଳ ତୁରନ୍ତ ସ୍ଥଳକୁ ଯାଇ ପହଞ୍ଚିଥିଲା।
ସବୁ ଚର୍ଚ୍ଚା ମଧ୍ୟରେ ଯେଉଁ ଦୃଶ୍ୟ ସମସ୍ତ ହୃଦୟକୁ ସ୍ପର୍ଶ କରିବାକୁ ସକ୍ଷମ ହେଲା, ସେହି ହେଉଛି ଯୋଡ଼ା ଥାନାର ପୂର୍ବତନ ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ , ଏ.ଏସ‌.ଆଇ ଅମିତାଭ ସାହୁ ଏବଂ କନେଷ୍ଟବଳ କିଶୋର କୁମାର ଗିରୀ ଙ୍କ ମାନବିକତା । ସ୍ଥାନୀୟ ଭିଡ଼ ଥିବା ସତ୍ୱେ କୌଣସି ସହଯୋଗ ନ ମିଳିବାରୁ, ଅଧିକାରୀ ମାନେ ସ୍ୱୟଂ ମୃତଦେହକୁ କାନ୍ଧରେ ବୋହି ଆମ୍ବୁଲାନ୍ସ କୁ ପଠାଇଥିବା ଘଟଣା ଲୋକମାନଙ୍କ ମନକୁ ଗଭୀର ଭାବରେ ଛୁଇଁଯାଇଛି।
ଘଟଣାସ୍ଥଳରେ ପହଞ୍ଚିଥିବା ମୃତକଙ୍କ ପରିବାର ସଦସ୍ୟମାନେ ଭାବବ୍ୟାକୁଳ ହୋଇପଡ଼ିଥିଲେ। ଅନେକ ପୁଲିସକର୍ମୀଙ୍କ ମାନବିକତା ମୂଳକ ସେବାକୁ ଦେଖି କୃତଜ୍ଞତା ପ୍ରକାଶ କରିଛନ୍ତି।

ସ୍ଥାନୀୟ ଲୋକମାନେ କହିଛନ୍ତି —
“ଆମ ସମାଜ ରେ ଯେଉଁଠି ମୃତଦେହକୁ ଛୁଇଁବାକୁ ମଧ୍ୟ ଲୋକ ପଛ ଘୁଞ୍ଚା ଦିଅନ୍ତି, ସେଠାରେ ପୁଲିସ ଅଧିକାରୀ ନିଜ କର୍ତ୍ତବ୍ୟରୁ ଉପରକୁ ଯାଇ ଲୋକଙ୍କ ଆଖିକୁ ଝଲସାଇଦେଇଛନ୍ତି।”

ଏହା ପ୍ରଥମ ଦିନ ନୁହେଁ ପୂର୍ବରୁ ମଧ୍ୟ ଯୋଡ଼ା ଡି.ଏ.ଭି ସ୍କୁଲ ନିକଟରେ ଦୁଇ ମୋଟରସାଇକେଲ୍ ଧକ୍କାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସମୟରେ ତତ୍କାଳୀନ ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ସ୍ୱୟଂ ଘଟଣାସ୍ଥଳକୁ ଦୌଡ଼ି, କାନ୍ଧରେ ମୃତଦେହ ବୋହି ମେଡିକାଲକୁ ପଠାଇଥିଲେ। ସେତେବେଳେ ତାଙ୍କ ଏପରି ପଦକ୍ଷେପରେ ୨ ଜଣଙ୍କ ଜୀବନ ବଞ୍ଚିଯାଇଥିଲା।

ପୁଲିସ ଅଧିକାରୀ ମାନଙ୍କ ଏହି ମାନବସେବା, ଉଦାର ତା ଏବେ ସବୁ ମହଲ ରେ ଚର୍ଚ୍ଚା ର ବିଷୟ ପାଲଟିଛି l ଅନେକ ନାଗରିକ କହୁଛନ୍ତି—
“ପୁଲିସ ପୋଷାକ କେବଳ ଶୃଙ୍ଖଳା ଓ ଆଇନର ଚିହ୍ନ ନୁହେଁ, ଯେତେବେଳେ ମାନବିକତା ର ପ୍ରୟୋଜନ ହୋଇଥାଏ, ସେହି ପୋଷାକ ମାନବଧର୍ମ ର ଭାର ବୋହିବାକୁ ମଧ୍ୟ ଆଗଭର ହୋଇଥାଏ।”

ଉପସ୍ଥିତ ଲୋକ ଏହି ଘଟଣା ଦେଖି, ଶୁଣି ପୁଲିସ ପ୍ରତି ନୂଆ ଆସ୍ଥା, ନୂଆ ସମ୍ମାନ ଏବଂ ନୂଆ ଆଶା ବ୍ୟକ୍ତ କରୁଛନ୍ତି। ଅନେକ ଲୋକଙ୍କ ଭାବନା —
“ଯଦି ପ୍ରତ୍ୟେକ ଅଧିକାରୀ ଏଭଳି ମାନବତାର ଆଦର୍ଶ ଅନୁସରଣ କରନ୍ତି, ତେବେ ସମାଜରେ ପୁଲିସ-ଜନତା ସମ୍ପର୍କ ଅଧିକ ଦୃଢ଼ ହୋଇଯିବ।”

କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ରିପୋର୍ଟ (ଯୋଡା ଅଞ୍ଚଳ), ମୋବାଇଲ: 91141 59237

19
1038 views