ବିଶ୍ୱାସେ ଦିଅନା ବିଷ - ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଙ୍କ ଦ୍ଵାରା ରଚିତ କବିତା।
* ବିଶ୍ୱାସେ ଦିଅନା ବିଷ*
ବିଶ୍ବ।ସ ରେ ବିଷ ଦେଲେ ନରନାରୀ
ନର୍କେ ସ୍ଥାନ ପାଇଥାନ୍ତି
ବିଶ୍ଵାସ ହରାଇ ବିଚାରା ମାନବ
ନନା କ୍ଳେଶ ଭୋଗିଥାନ୍ତି।
ପୁତନା ରାକ୍ଷସୀ ସ୍ତନେ ବିଷ ଭରି
ଶ୍ରୀକୃଷ୍ଣ ଙ୍କୁ ଖୁଆଇଲା
କ୍ଷୀର ପିଉପିଉ କଳାମାଣିକଟି
ପ୍ରାଣକୁ ତାର ଶୋଷିଲା।
ବିଶ୍ଵାସ ମୁଳରେ ମିଳିଥାନ୍ତି ହରି
ଧୃଵ, ପ୍ରହଲ୍ଲାଦ ସାକ୍ଷୀ
ବିଶ୍ଵାସ ବଳରେ କାଷ୍ଠ, ପାଷାଣ ରେ
ଦିଶନ୍ତି ସେ ଚକାଆଖି🙏
ବିଶ୍ଵାସ ରେ ଯିଏ ବିଷ ଦେଇଥାଏ
ନର୍କ ଗତି ତାର ହୁଏ
ଜନ୍ମଜନ୍ମାନ୍ତରେ ପଶୁଙ୍କ ଯୋନି ରେ
ପାପୀ ସ୍ଥାନ ପାଇଥାଏ।
ବିଶ୍ଵାସ ହରାଇ ପାଞ୍ଚ ପାଣ୍ଡବ ଠୁଁ
ଦ୍ରୈ।ପଦୀ କୁରୁ ସଭାରେ
ବିଶ୍ଵାସେ ଡାକିଲେ କାଳିଆ ସୁନାକୁ
ଲଜ୍ଜା ନିବାରିଣ ଥିଲେ।
ବିଶ୍ଵାସ ରେ ବିଷ କେହି ମିଶାଅନି
ବିଶ୍ଵାସେ କରାଅ ଵଶ
ବିଶ୍ଵାସେ ମିଳନ୍ତି ପ୍ରଭୁ ଜଗନ୍ନାଥ
ଅବିଶ୍ୱାସେ ଜୀବ ନାଶ।
ଜୟ ଜଗନ୍ନାଥ 🙏
ପୁଷ୍ପା ଞ୍ଜଳି ଆଚାର୍ଯ୍ୟ
ପୁରୁଣା ବଜାର
କେନ୍ଦୁଝର