ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅଞ୍ଚଳରେ ମାଈ ହାତୀର ମୃତ ଦେହ ଉଦ୍ଧାର!
ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅଞ୍ଚଳରେ ମାଈ ହାତୀର ମୃତ ଦେହ ଉଦ୍ଧାର, ଅନ୍ୟପଟେ ତେଲକୋଇ ବନାଞ୍ଚଳ ଧାନ ବିଲ କାଦୁଅରେ ଫସିଛି ମାଖନା ହାତୀ । କେନ୍ଦୁଝର,ତା୬/୧୨- କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପୀଢ ଶୁଆକାଟୀ ସେକ୍ସନ କସଡ଼ା ଗ୍ରାମର ଜଳୀନାଲି ଚକ ଅଞ୍ଚଳରେ ମାଈ ହାତୀର ମୃତଦେହ ଉଦ୍ଧାର କରିଛି ବନ ବିଭାଗ । ଏହି ଅଞ୍ଚଳରେ ଦୀର୍ଘ ଦିନ ହେବ ୪୦ ଟିକିଆ ହାତୀପଲଙ୍କ ଚଳପ୍ରଚଳ ହେଉଥିଲା । ଗତକାଲି ଏକ ଆଠ ବର୍ଷର ମାଈ ହାତୀ ମୃତ ଦେହକୁ ବନବିଭାଗ ଠାବ କରିଛି । ଜିଲ୍ଲା ଜଙ୍ଗଲ ବନଖଣ୍ଡ ଅଧିକାରୀଙ୍କ ତତ୍ତ୍ଵାବଧାନରେ ହାତୀର ମୃତ୍ୟୁର କାରଣ ଅନୁଧ୍ୟାନ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି । ଅନ୍ୟପଟେ ତେଲକୋଇ ରେଞ୍ଜର କନ୍ତଲେଇ ମହାନ୍ତ ସାହି ବଙ୍କା ମୁଣ୍ଡା ଧାନ କ୍ଷେତର କାଦୁଅରେ ଫସି ରହିଛି ଏକ ଅସୁସ୍ଥ ମାଖନା ହାତୀ । ହାତୀଟି ଗତ ତିନିମାସରୁ ପୂର୍ବରୁ ହାତୀଙ୍କ ଲଢେଇରେ ଗୁରୁତର ଆହତ ହୋଇଥିଲା ।ବନବିଭାଗ ଚିକିତ୍ସା କରି ଛାଡ଼ି ଦେଇଥିଲେ । ପୁଣି ଚିକିତ୍ସା ଅଭାବରୁ ହାତୀଟି ମୃତ୍ୟୁ ସହ ଏବେ ସଙ୍ଘର୍ଷ କରୁଛି । ବନ ବିଭାଗ ପୁଣି ଆଉଥରେ ଉଦ୍ଧାର କରି ଉତ୍ତମ ଚିକିତ୍ସା କରିବାକୁ ପଶୁପ୍ରେମୀ ମାନେ ଦାବି କରିଛନ୍ତି। ଜିଲ୍ଲାରେ ହାତୀଙ୍କ ଏହିପରି ସମସ୍ୟା ଏବେ ସମସ୍ତଙ୍କ ଲାଗି ଚିନ୍ତାର କାରଣ ହୋଇଛି।ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ, ମୋବାଇଲ: 94373 78792