ଗଡଖାରଦ ରକ୍ତଦାନ ଶିବିରରୁ ୫୮ ୟୁନିଟ ରକ୍ତ ସଂଗୃହିତ
ଖୋର୍ଦ୍ଧା,୩୦.୧୧.୨୫(ଏ.ଆଇ.ଏମ.ଏ) ରକ୍ତଦାନ ଜୀବନଦାନ।ରକ୍ତଦାନ କରି ଅନେକ ଜୀବନକୁ ବଂଚାଇବା ସମ୍ଭବ।ଏହାକୁ ପାଥେୟ କରି ଗଡଖାରଦ ଗ୍ରାମର ଯୁବକ ମାନେ ରକ୍ତଦାନ ଶିବିର କରି ରକ୍ତ ସଂଗ୍ରହ କରିଛନ୍ତି।ଗଡଖାରଦ ଯୁବକ ମାନେ ଏଚଡିଏଫସି ବ୍ୟାଙ୍କ ସହୟତାରେ ଗଡଖାରଦ ଠାରେ ଏକ ରକ୍ତଦାନ ଶିଶିର କରି ୫୮ ୟୁନିଟ ରକ୍ତ ସଂଗ୍ରହ କରିଛନ୍ତି।ଯୁବକ ମାନଙ୍କ ସହାୟତା ରେ ଆଖପାଖ ଅଂଚଳର ଯୁବକ ମାନେ ଆଗ୍ରହ ପ୍ରକାଶ କରି ରକ୍ତଦାନ କରିଛନ୍ତି।ପୁରୀ ଜିଲ୍ଲା ସଦର ମହକୁମାର ୧୦ ଜଣିଆ ଏକ ଡାକ୍ତରୀ ଟିମ ଗଡଖାରଦ ଠାରେ ପହଞ୍ଚି ରକ୍ତ ସଂଗ୍ରହ କରିଛନ୍ତି।ଏହି ରକ୍ତଦାନ ଶିବିରରେ ଏଚଡିଏଫସି ବ୍ୟାଙ୍କ ର ମ୍ୟାନେଜର ଦିଗବିଜୟ ସାହୁ,ମ୍ୟାନେଜର ବଟକୃଷ୍ଣ ମହାପାତ୍ର ଓ ବ୍ୟାଙ୍କ ଫିଲଡ ଅଫିସର ଆଲୋକ ଦଳସିଂହ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ।