logo

ଓଡ଼ିଶା ସରକାରଙ୍କ : ଜିଲ୍ଲାପାଳ ସମିଳନୀ

ଭୁବନେଶ୍ୱର, ଓଡିଶା ,dt.27/09/24
ଶ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ବରେ ଗଠିତ ବଜେପି ସରକାର ଓଡ଼ିଶାରେ ତାର ଶାସନର 100 ଦିନ ସମୂର୍ଣ୍ଣ କରିଛନ୍ତି। ମାଝୀ ସରକାର ଏହି 100 ଦିନରେ କରିଥିବା ଉଲ୍ଲେଖଯୋଗ୍ୟ କାର୍ଯ୍ୟ ମଧ୍ୟରେ ନିର୍ବାଚନ ପ୍ରତିଶୃତି ଅନୁଯାୟୀ ମୁଖ୍ୟତଃ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଚାରି ଦ୍ୱାର ଖୋଲିବା, ଦୀର୍ଘ ବର୍ଷ ବନ୍ଦ ଥିବା ରତ୍ନ ଭଣ୍ଡାର ଖୋଲିବା ଓ ସର୍ବୋ ପରି ନାରୀ ସଶକ୍ତିକରଣ ନିମନ୍ତେ ସୁଭଦ୍ରା ଯୋଜନାର କାର୍ଯ୍ୟ କାରିତା ଉଲ୍ଲେଖ ନୀୟ।
ପ୍ରଥମ ଥର ପାଇଁ ଶ୍ରୀ ମାଝୀ ଙ୍କ ସରକାର ର ପ୍ରଥମ ଜିଲ୍ଲାପାଳ ମାନଙ୍କ ସମିଳନୀ ଆରମ୍ଭ ହୋଉଛି।ଏଥିରେ ଜିଲ୍ଲାର ପୋଲିସ sp ଓ ମୂଖ୍ୟ ଶାସନ ସଚିବଙ୍କ ସମେତ ସମସ୍ତ ବିଭାଗୀୟ ମୂଖ୍ୟ ମାନେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ସହିତ ଦୁଇ ଉପମୁଖ୍ୟ ମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ମାନେ ଯୋଗଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ଭାବରେ ଜିଲାପାଳ ମାନଙ୍କୁ କାର୍ଯ୍ୟକାରି କରିବାକୁ ପରାମର୍ଶ ଦେଇଛନ୍ତି। ସରକାର ଙ୍କ ସମସ୍ତ ଯୋଜନା କେଵଳ ଜିଲାପାଳ ଚାହିଁଲେ କ୍ରିୟାନ୍ୟୁୟନ ହୋଇ ପାରିବ।
ପୂର୍ବ ସରକାର ଦ୍ୱାରା ଓଡ଼ିଶାର ପ୍ରଗତି ବାଧା ପ୍ରାପ୍ତ ହୋଇଛି। ଆମକୁ ଓଡିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ପଡିବ ।ଓଡ଼ିଶାର ବିକାଶ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଖି ଥିବା ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଶାସନ,ପ୍ରଶାସନ ଓ ଜନସାଧାରଣ ଙ୍କ ଭିତରେ ଏକ ସେତୁ ହେଉଛନ୍ତି ଜିଲ୍ଲାପାଳ। ଓଡ଼ିଶାର ବିକାଶ ଜିଲ୍ଲାପାଳ ନେଇ ଏକ ଆଦର୍ଶ ସୃଷ୍ଟି କରନ୍ତୁ ବୋଲି ସମିଳନୀ ଉଦ୍ଘାଟନ ଅବସରରେ ପ୍ରକାଶ କରିଥିଳେ। ଏହି ସମିଳନୀ2 ଦିନ ଧରି ଚାଲିବ।

0
1476 views