logo

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଲାଞ୍ଜିଗଡ(AIMA )ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ସ୍ଥିତ ଲୋଡାଙ୍ଗ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ ସୁରଭି ୨୦୨୪କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି l ପେଙ୍ଗଶୁର ସିଆରସିସି ସଂଜୀବ କୁମାର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଲାଞ୍ଜି ସରପଞ୍ଚ ଯମୁନା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସନ୍ନମାନିତ ଅଥିତି ଭାବେ ଲକ୍ଷ୍ମୀପ୍ରିୟା ମୁଦୁଲି ଓ ମୁଖ୍ୟବକ୍ତାଭାବେ ପୂର୍ବତନ ସିଆରସିସି ଗୁରୁ ଗୋବିନ୍ଦ ମହାନ୍ତି ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ l ସୁରଭି ହେଉଛି ଏକ ପ୍ରକାର ଅନେଶ୍ୱଣ କାର୍ଯ୍ୟକ୍ରମ, ଏହି କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ଉପାନ୍ତ ଅଞ୍ଚଳର ପ୍ରତିଭା ମାନେ ରାଜ୍ୟସ୍ତରରେ ପ୍ରଦର୍ଶିତ ହୋଇ ପାରିବେ l ଏହି ସୁରଭି କାର୍ଯ୍ୟକ୍ରମରେ ପେଙ୍ଗଶୁର କ୍ଲଷ୍ଟର ର ୧୮ଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ଏହାକୁ ଦୃଷ୍ଟିରେ ରଖି ଛାତ୍ର ଛାତ୍ରୀ ଙ୍କ ମଧ୍ୟ୍ୟରେ ଚିତ୍ରାଙ୍କନ, କୁଇଜ,ପ୍ରବନ୍ଧ, ଲେଖନୀ, ତର୍କ, ସଂଗୀତ ଏବଂ ନୃତ୍ୟ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବୃନ୍ଦାବନ ନାୟକ ଓ ପ୍ରସନ୍ନ କୁମାର ତ୍ରିପାଠୀ ମଞ୍ଚପରିଚାଳନା କରିଥିବା ବେଳେ ଲିଙ୍ଗରାଜ ସାହୁ, ଉପେନ୍ଦ୍ର ଦୋରା, ଡମ୍ବରୁଧର ଦୋରା, ଶୁଭା ଦୋରା କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ପେଙ୍ଗଶୁର କ୍ଲଷ୍ଟର ର ୧୮ଟି ସ୍କୁଲର ଶିକ୍ଷା ଶିକ୍ଷୟତ୍ରୀ ଜଗବନ୍ଧୁ ଦୋରା, ରମାକାନ୍ତ ସାହୁ, ଯୋଗେଶ୍ୱର ହରିଜନ, ଶ୍ରୀକାନ୍ତ ନାଏକ, ବବଲୁ ମେହେର , ଆକେଶ ଧରୁଆ, ଭବାନୀଶାଙ୍କର ନାଗ, ଗଙ୍ଗାଧର ସାହୁ, ପ୍ରଦୀପ କୁମାର ସାହୁ, ଶଙ୍କର ତିଳାକା , ସନ୍ତୋଷ କୁମାର ସେନାପତି,କଲ୍ୟାଣୀ ମହାରଣା, ଉର୍ବଶୀ ସାହୁ,ସମେତ ସିନି ଟାଟା ଷ୍ଟ୍ରଷ୍ଟ କର୍ମକର୍ତା ଦୟା ନାଗ,ଶାକାରାମ ନାଏକ, ବେଣୁବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା l

31
3621 views