logo

 କେନ୍ଦୁଝର ଠାରେ ଥିବା ଉତ୍ତର ଓଡ଼ିଶା ବିଶ୍ଵ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କ ଅସନ୍ତୋଷ ଓ ବିକ୍ଷୋଭ ପ୍ରଦର୍ଶନକେନ୍ଦୁଝର:-କେନ୍ଦୁଝର ଜ

 କେନ୍ଦୁଝର ଠାରେ ଥିବା ଉତ୍ତର ଓଡ଼ିଶା ବିଶ୍ଵ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କ ଅସନ୍ତୋଷ ଓ ବିକ୍ଷୋଭ ପ୍ରଦର୍ଶନ

କେନ୍ଦୁଝର। କେନ୍ଦୁଝର ଜିଲ୍ଲା ଠାରେ ଥିବା ଉତ୍ତର ଓଡ଼ିଶା ବିଶ୍ଵ ବିଦ୍ୟାଳୟ  ଦ୍ୱିତୀୟ କ୍ୟାମ୍ପସ ର  ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଦାବି ନେଇ ଆଜି କ୍ୟାମ୍ପସ ର ଗେଟ ବନ୍ଦ କରି ଧାରଣା ଦେଇଛନ୍ତି।

ଫର୍ମ ଫିଲପ ପାଇଁ ମାତ୍ର ଦୁଇ ଦିନ ସମୟ ଦିଆଯାଇଛି ତା ସହିତ ଚଳିତବର୍ଷ ଫିସ ବୃଦ୍ଧି କୁ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସୋନ୍ତୋଶ ଦେଖା ଦେଇଛି। ଏଠାରେ ଚାରୋଟି ବିଭାଗ ଜିଓଲୋଜୀ, ମେଟିରିଆଲ ସାଇନ୍ସ, ସଂସ୍କୃତ, ଓଡ଼ିଆ, ଇଂରାଜୀ

ବିଭାଗ ରେ ପ୍ରଥମ ଓ ଦୂତୀୟ ବର୍ଷ ପାଇଁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ପଢ଼ିଥାନ୍ତି । କ୍ୟାମ୍ପସ ରେ ହଷ୍ଟେଲ ଥାଇ ମଧ୍ୟ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିବାକୁ ଦିଆଯାଉନାହି । ଉନ୍ନତ ମାନର ଲାଇବ୍ରେରୀ, ଲବରୋଟରୀ

ରେ ସମସ୍ତ ଜିନିଷ ଉପଲବ୍ଧ ରହିବା ପାଇଁ ଦାବି କରିଛନ୍ତି ଛାତ୍ର ଛାତ୍ରୀ। ସେହିପରି ସମସ୍ତ ବିଭାଗ ପାଇଁ ଅଧ୍ୟାପକ, ଅଧ୍ୟାପିକା ନଥିବାରୁ ପାଠ ପଢା ରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଛାତ୍ର ଛାତ୍ରୀ। ଏନେଇ କ୍ୟାମ୍ପସ ର ନିର୍ଦ୍ଦେଶକଙ୍କ ନିକଟରେ ଏସବୁ ସମସ୍ୟା ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେବେ ଏନେଇ କ୍ୟାମ୍ପସ ର ଭିସି ଙ୍କୁ ଅବଗତ କରିବା

ସହ ଅନ୍ୟ ସମସ୍ୟା ର ସମାଧାନ କରାଯିବ ବୋଲି କ୍ୟାମ୍ପସ ର ନିର୍ଦ୍ଦେଶକ କହିଛନ୍ତି ।

3
14668 views