logo

ମଦଭାଟି ସ୍ଥାନାନ୍ତରଣ ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ସ୍ମାରକ ପାତ୍ର ପ୍ରଦାନ

କେନ୍ଦୁଝର:-କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଭଦ୍ରାସାହି ଗ୍ରାମପଞ୍ଚାୟତ ର ୧ନମ୍ବର ୱାର୍ଡ ଅନ୍ତର୍ଗତ ନନ୍ଦ ହଟିଙ୍ଗ ଠାରେ ଥିବା ସରକାରୀ ମଦ ଭାଟିକୁ ଉଛେଦ ଦାବିରେ ଭଦ୍ରାସାହି ପଞ୍ଚାୟତବାସୀ ଙ୍କ ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l

ପଞ୍ଚାୟତବାସୀ ଙ୍କ ଅଭିଯୋଗ ଭଦ୍ରାସାହି ଗ୍ରାମପଞ୍ଚାୟତ ର ନନ୍ଦ ହଟିଙ୍ଗ ଠାରେ ଥିବା ମଦଭାଟି ଯୋଗୁଁ ସ୍ଥିନୀୟ ବିଜୁ ହଟିଙ୍ଗ, ଆଜାଦ ବସ୍ତି ଅଞ୍ଚଳର ବାତାବରଣ ଖରାପ ହେବା ସହିତ ଅନେକ ସମୟରେ ଅପ୍ରୀତକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି l

ମଦଭାଟି ରୁ ନିର୍ଗତ ହେଉଥିବା ଦୁର୍ଗନ୍ଧ ଯୋଗୁଁ ଅଞ୍ଚଳବାସୀ ଅଣନିଶ୍ୱାସୀ ହୋଇପଡୁଥିବା ଅଭିଯୋଗ ହୋଇଛି l ତେବେ ଏ ବିଷୟରେ ଭଦ୍ରାସାହି ସରପଞ୍ଚ କସ୍ତୁରୀ ଓରାମ ଙ୍କୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପଞ୍ଚାୟତ ବାସୀ ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି l ଭଦ୍ରାସାହି ବାସିନ୍ଦା ପୁରୁଷୋତ୍ତମ ବାରିକ୍ ଙ୍କ ନେତୃତ୍ୱରେ ହୋଇଥିବା ଅଭିଯାନ ରେ ଇନ୍ଦ୍ରଜିତ ବାରିକ୍, ପ୍ରଦୀପ ବାରିକ୍, ଅଳକା ସଏ, ଓ ଦମୟନ୍ତୀ ବାରିକ୍ ପ୍ରମୁଖ ସାମିଲ ହୋଇଥିଲେ l

5
17457 views