logo

ଆନନ୍ଦପୁର ବିଜୁ ଜନତା ଦଳ ପକ୍ଷରୁ ଦରଦାମ ବୃଦ୍ଧିକୁ ନେଇ ବିକ୍ଷୋଭ ପ୍ରଦର୍ଶନ


ଆନନ୍ଦପୁର,୨୩। ହୁ ହୁ ହୋଇ ତୈଳ,ରନ୍ଧନଗ୍ୟାସ ସାମଗ୍ରିର ଦରବୃଦ୍ଧି ପାଉଥିବାରୁ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ବିଜେଡି ।

ଆନନ୍ଦପୁର ସଦର ସମେତ ବ୍ଲକ ବିଜୁ ଜନତା ଦଳ ତରଫରୁ ବ୍ଲକ ଏବଂ ପୋୖରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରାଯାଇଥିଲା ।

ବିଜେଡିର କର୍ମୀ ମାନେ ରାଲି ରେ ଯୋଗ ଦେଇଥିଲେ । କେନ୍ଦ୍ର ସରକାର ଦରଦାମକୁ ନିୟନ୍ତ୍ରଣରେ ରଖିପାରୁନାହାନ୍ତି ବୋଲି ଅଭିଯୋଗ କରିଥିଲେ ଆନ୍ଦୋଳନକାରୀ ।

ଆନନ୍ଦପୁର ସହର  ପରିକ୍ରମା କରି ଏକ ବିଶାଳ ରାଲି ରେ ବାହାରି  କର୍ମି ଓ କାର୍ଯ୍ୟକର୍ତ୍ତା ମାନେ ବ୍ଲକ ଅଫିସ ଏବଂ ପୋୖରପାଳିକା କାର୍ଯ୍ୟାଳୟ ଆଗରେ ପହଞ୍ଚି ଥିଲେ । ଅଘଟଣକୁ ଆଖି ଆଗରେ ରଖି ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା ଏହି ପ୍ରତିବାଦ ସଭାରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଯୋଗଦେଇଥିବା

ବେଳେ ବିଜେଡି ଯୁବ ନେତା ତଥା ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ କୁମାର ରାମ (ବାପି)ଙ୍କ ନେତୃତ୍ୱରେ ଶହଶହ ବିଜେଡି ଯୁବ,ଛାତ୍ର ବିଜେଡି କର୍ମୀ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

ଏଥିରେ ବିଜେଡି ର ବାରିଷ୍ଠ ନେତା ସତ୍ୟନନ୍ଦ ମିଶ୍ର,ବାବୁନା ପଟ୍ଟନାୟକ, ସୁଶୀଲ ହୋତା ପ୍ରମୁଖ ଯୋଗଦେଇଥିଲେ।।

23
18810 views
  
7 shares