logo

ନମାମି ଗଙ୍ଗେ ଆନୁକୂଲ୍ୟରେ ଆସନ୍ତା ୧୯ ରେ ବୋଇତ ବନ୍ଦାଣ ଉତ୍ସବ ପାଳନ


ଆନନ୍ଦପୁର:ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ଆନୁକୁଲ୍ୟରେ ଆସନ୍ତା ନଭେମ୍ବର ୧୯ ତାରିଖ ଦିନ  ସକାଳ ୬ ଘଟିକା ସମୟରେ ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଟୁକୁଣା ଗ୍ରାମ ଠାରେ ପବିତ୍ର କାର୍ତ୍ତିକ ସ୍ନାନ ପୂର୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳନ ହେବାକୁ ଯାଉଛି। ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ନେତା ଶ୍ରୀମାନ ସତ୍ଯବ୍ରତ ପଣ୍ଡା ମୁଖ୍ଯ ଅତିଥି ଭାବେ ଯୋଗଦାନ କରି କାଯ୍ୟକ୍ରମ କୁ ଉଦଘାଟନ କରିବେ ।ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ପୁରୋଧା ଭାବେ ଯୋଗଦାନ କରିବେ। ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଶ୍ରୀ ପୃଥିରାଜ କୁଅଁର ଓ ଆଲୋକ କୁମାର ସେଠୀ, ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ଯ ଉପସଭାପତି ଶ୍ରୀ ହେମନ୍ତ କୁମାର ମଲ୍ଲିକ, ନମାମି ଗଙ୍ଗେ ଜିଲ୍ଲା ସହସଂଯୋଜକ ଶ୍ରୀ ଗୋଲକ ଜେନା, ବିଜେପି ଜିଲ୍ଳା ଉପସଭାପତି ଶ୍ରୀ ନିରାକାର ଦଳେଇ, ବିଜେପି ଜିଲ୍ଳା ସାଧାରଣ ସମ୍ପାଦକ ଶ୍ରୀ ଜ୍ଞାନ ରଞ୍ଜନ ସାମନ୍ତସିଂହାର ପ୍ରମୁଖ ଙ୍କ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିବେ।

10
16445 views