logo

ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ:ସାମ୍ବାଦିକଙ୍କ ସୁରକ୍ଷା ଓ ସ୍ୱତନ୍ତ୍ର ଆଇନ ପାଇଁ ଦାବୀ

କେନ୍ଦୁଝର:-ଜାତୀୟ ପ୍ରେସ ଦିବସ ଅବସର ରେ ଆଜି କେନ୍ଦୁଝର ଦରବାର ହଲ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜାତୀୟ ପ୍ରେସ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭା କାର୍ଯ୍ୟ ପ୍ରଥମେ ମହାପ୍ରଭୁ ବଳଦେବଜୀଉ ଓ ମା ତାରିଣୀ ଙ୍କ ଫଟୋ ନିକଟ ରେ ପ୍ରଦୀପ ପ୍ରଜଳନ କରି ମହାମାରୀ କୋଭିଡ୍ ସମୟ ରେ ପ୍ରାଣ ହରାଇଥିବା ସାମ୍ବାଦିକ ମାନଙ୍କୁ ମନେ ପକାଇ ଗୋଟାଏ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଆଜିର ଏହି ସଭା କାର୍ଯ୍ୟ ଜିଲ୍ଲାପାଳ ଆଶିଷ ଠାକରେ  ସଭାପତିତ୍ଵ କରିଥିବା
ବେଳେ ଡେପୁଟି ଡ଼ାଇରେକ୍ଟର ଆଇ ଆଣ୍ଡ ପିଆର ସଂଜୀବ ବାରିକ             ପରିଚାଳାନା କରିଥିଲେ । କେନ୍ଦୁଝର ପ୍ରେସ କ୍ଲବ ସଭାପତି ସତ୍ୟ ନାରାୟଣ ମିଶ୍ର, ସମ୍ପାଦକ ଜିତେନ୍ଦ୍ର ପଟ୍ଟନାୟକ ଯୋଗ ଦେଇ ନିଜର ଅଭିଭାଷଣ ରଖିଥିଲେ । ଦୀନକୁ ଦିନ ସାମ୍ୱାଦିକ ମାନେ ଆକ୍ରୋଶ ର ଶିକାର ହେଉଛନ୍ତି ଏଥିପ୍ରତି କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବୀ କରିଛନ୍ତି । ପ୍ରେସ କ୍ଲବ ସମ୍ପାଦକ ଜିତେନ୍ଦ୍ର ପଟ୍ଟନାୟକ କହିଥିଲେ ଯେ କୋଭିଡ ସମୟରେ ସାମ୍ବାଦିକ ମାନେ ନିଜ କର୍ତ୍ତବ୍ୟ କରୁଥିବା ସମୟରେ  ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଯେପରି ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରିଥିଲେ ସେନେଇ କ୍ଷଭ ପ୍ରକାଶ କରିଥିଲେ, କୋଭିଡ ସମୟରେ ସାମ୍ବାଦିକ ମାନଙ୍କ ଭୂମିକା କୁ ନେଇ ଜିଲ୍ଲାପାଳ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ବହୁ ସାମ୍ବାଦିକ ଯୋଗ ଦେଇଥିଲେ ।

17
17097 views
  
1 shares