logo

ଗାନ୍ଧିଜୟନ୍ତି ରେ ରକ୍ତ ରାଜନୀତି:ଦୁଇ ପାରମ୍ପରିକ ବିରୋଧୀଙ୍କ ମଧ୍ୟରେ ପ୍ରତିଯୋଗିତାକୁ ନେଇ ଚର୍ଚ୍ଚା

ଆନନ୍ଦପୁର:ବୈଜ୍ଞାନିକ ମାନେ ପୃଥିବୀରେ ଅନେକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଥିବା ବେଳେ ଏପର୍ଯ୍ୟନ୍ତ ରକ୍ତର କୌଣସି ବିକଳ୍ପ ସୃଷ୍ଟି କରି ପାରି ନାହାଁନ୍ତି ।

ତେଣୁ ରକ୍ତଦାନ କୁ ଏକ ମହତ ଦାନର ଆକ୍ଷା ଦିଆଯିବା ସହ ଏହାକୁ ସରକାରୀ ସ୍ତରରେ ପ୍ରୋତ୍ସାହନ ମଧ୍ୟ ଦିଆଯାଇ ଥାଏ। ଦେଶ ତଥା ରାଜ୍ୟରେ ପୂର୍ବରୁ ରକ୍ତ ଭଣ୍ଡାର ରେ ରକ୍ତ ଅଭାବ କାରଣରୁ ଅନେକ ଜୀବନ ଯାଇଥିଲା କିନ୍ତୁ ଏବେ ରକ୍ତଦାନ ପାଇଁ ଯୁବ ଗୋଷ୍ଠୀ

ନିଜ ଇଚ୍ଛାରେ ଆଗେଇ ଆସୁଥିବାରୁ ଆଉ ପୂର୍ବଭଳି ଜୀବନ ଯାଉ ନାହିଁ।ରକ୍ତଦାନ ପାଇଁ ଉତ୍ସାହିତ ହେବା ଏବଂ କ୍ୟାମ୍ପ କରି ରକ୍ତ ସଂଗ୍ରହ କରି ସରକାରଙ୍କ ରକ୍ତ ଭଣ୍ଡାର କୁ ପ୍ରଦାନ କରିବା ନିଶ୍ଚିତ ଭାବେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।

ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ୟ ଏଭଳି କ୍ୟାମ୍ପ କରାଯାଏ ଓ ଏହା ରକ୍ତ ଭଣ୍ଡାର କୁ ପ୍ରଦାନ କରାଯାଇଥାଏ।କିନ୍ତୁ ଘଷିପୁରା ନିର୍ବାଚନ ମଣ୍ଡଳୀରେ ଦୁଇ ପାରମ୍ପରିକ ବିରୋଧୀ

ତଥା ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଜେଡ଼ି ର ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ମଧ୍ୟରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗୋଟେ ପ୍ରକାର ପ୍ରତିଯୋଗିତା ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।ଗାନ୍ଧୀ ଜୟନ୍ତୀ ଅବସରରେ କଂଗ୍ରେସ ତରଫରୁ ଘଷିପୁରା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ଏଥିରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ

।ଅପରପକ୍ଷରେ ବିଜେଡି ପ୍ରତିଯୋଗୀତରୁ ବାଦ ନପଡିବା ପାଇଁ ଠିକ ସେହିଦିନ ଘଷିପୁରା ନିର୍ବାଚନ ମଣ୍ଡଳୀରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି।ଏହାକୁ ନେଇ ଏବେ ସ୍ଥାନୀୟ ବୁଦ୍ଧିଜୀବୀ ଓ ରାଜନୈତିକ ସମାଲୋଚକ ମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।ବୁଦ୍ଧିଜୀବୀ ଓ ସମାଲୋଚକ ମାନଙ୍କ କହିବା ଅନୁସାରେ ଘଷିପୁରା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସମସ୍ୟା ରହିଥିବା ବେଳେ ତାକୁ ସମାଧାନ କରିବା ପାଇଁ ରକ୍ତ ସଂଗ୍ରହ ଭଳି କାନ୍ଧରେ କାନ୍ଧ ମିଶାଇ ଚାଲିଲେ ଘଷିପୁରା ନିର୍ବାଚନ ମଣ୍ଡଳୀର ଉନ୍ନତି ହୋଇପାରିବ।ଗାନ୍ଧୀ ଜୟନ୍ତୀ ଦିନ ରକ୍ତ ସଂଗ୍ରହ ପାଇଁ ଉଭୟ ଦଳ ପକ୍ଷରୁ ମୁଣ୍ଡ ପିଛା କିଛି ଟଙ୍କା ଦିଆଯାଇଥିବା ନେଇ ସାଧାରଣରେ ଚର୍ଚ୍ଚା ମଧ୍ୟ ହେଉଛି।ରକ୍ତ ସଂଗ୍ରହ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ଏହାକୁ ନେଇ ଉଭୟ ଦଳ ମଧ୍ୟରେ ଯେଉଁ ପ୍ରତିଯୋଗିତା ଘଷିପୁରା ନିର୍ବାଚନ ମଣ୍ଡଳୀରେ ଦେଖାଦେଇଛି ସେହିଭଳି ପ୍ରତିଯୋଗିତା ଲୋକଙ୍କ ସମସ୍ୟା କୁ ଦୂର କରିବା ପାଇଁ ଦେଖା ଦେଲେ ଏହା ନିର୍ବାଚନ ମଣ୍ଡଳୀ ପାଇଁ ଏକ ଶୁଭ ସଙ୍କେତ ହେବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।ଅନ୍ୟପଟେ ଏହି ପ୍ରତିଯୋଗିତାରେ ବିଜେପି ଦୂରରେ ରହିଥିବା ଦେଖାଯାଇଥିବା ବେଳେ ଆଗାମୀ ଦିନରେ ବିଜେପି ନେତାଙ୍କର ଆଭିମୁଖ୍ୟ କଣ ରହିବ ତାକୁ ନେଇ ସାଧାରଣ ରେ ପ୍ରଶ୍ନ ଉଙ୍କିମାରିଥିବା ବେଳେ ଘଷିପୁରା ନିର୍ବାଚନ ମଣ୍ଡଳୀର ଉନ୍ନତି ଦିଗରେ ସମସ୍ତ ରାଜନୈତିକ ଦଳ ଓ ନେତା ପ୍ରତିଯୋଗିତାକୁ ଦୂରରେ ରଖି ଘଷିପୁରା ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଓ ମୌଳିକ ସୁବିଧା ସୁଯୋଗ ଜନସାଧାରଣ ଙ୍କୁ ଯୋଗାଇ ଦେବା ଲକ୍ଷରେ କାର୍ଯ୍ୟ କଲେ ଘଷିପୁରା ର ଉନ୍ନତି ହେବା ସହିତ ଜନସାଧାରଣ ଙ୍କ ଆସ୍ଥା ଭାଜନ ହୋଇପାରିବେ ବୋଲି ବୁଦ୍ଧିଜୀବୀ ଓ ସମାଲୋଚକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।

78
14668 views
  
92 shares