କଣିହାଁ ଅନୁସୂଚିତ ଜାତିଜନଜାତି ସଂଘର ବୈଠକ ଅନୁଷ୍ଠିତ
କଣିହାଁ ଅନୁସୂଚିତ ଜାତି–ଜନଜାତି ସଂଘର ବୈଠକ ଅନୁଷ୍ଠିତ
କଣିହାଁ, ୨୪/୦୫ : ରବିବାର ସନ୍ଧ୍ୟା ୫ ଘଟିକା ସମୟରେ ସମଲ ସ୍ଥିତ ସରକାରୀ ଅତିଥି ଭବନରେ କଣିହାଁ ଅନୁସୂଚିତ ଜାତି–ଜନଜାତି ସଂଘର ସଦସ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ପଞ୍ଚାୟତ ସ୍ତରରେ ସଂଗଠନକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ, ସେନେଇ ବିଶେଷ ଚର୍ଚ୍ଚା ହୋଇଥିଲା।
ବୈଠକରେ ପ୍ରତ୍ୟେକ ପଞ୍ଚାୟତରୁ ଦୁଇଜଣ ସକ୍ରିୟ କର୍ମୀଙ୍କୁ ବାଛି ପ୍ରତ୍ୟେକ ପଞ୍ଚାୟତରେ ସଭା ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ସର୍ବସମ୍ମତିକ୍ରମେ ଆସନ୍ତା ଜୁନ ୨୧ ତାରିଖ ରବିବାର କଣିହାଁ, ବିଜିଗୋଳ ଓ କମରେଇ ପଞ୍ଚାୟତରେ ସଦସ୍ୟମାନଙ୍କୁ ନେଇ ବୈଠକ କରାଯିବାକୁ ନିଷ୍ପତ୍ତି ହୋଇଥିଲା।
ସଂଘର ପ୍ରତ୍ୟେକ ସଦସ୍ୟଙ୍କ ଠାରୁ ମାସିକ ୫୦ ଟଙ୍କା ସଦସ୍ୟ ଶୁଳ୍କ ଆଦାୟ କରାଯିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା।ସଂଘର ସଭାପତି ପ୍ରଦୀପ କୁମାର ବେହେରା ଓ ସମ୍ପାଦକ ଅରୁଣ କୁମାର ନାଏକଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ଜ୍ୟୋତିର୍ମୟୀ ନାଏକ,ରଥ ଚମ୍ପୁଆ (ଏସ୍ଟି ସେଲ୍), ବିଜୟ କୁମାର ବେହେରା, ବିଜୟ କୁମାର ନାଏକ, ରାଜେନ୍ଦ୍ର ପ୍ରସାଦ ନାଏକ, ସାଗର ସେଠୀ, ପ୍ରମୋଦ କୁମାର ବେହେରା ଓ ବଳଭଦ୍ର ନାଏକଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ। ସଂଘର ସାଙ୍ଗଠନିକ ସୁଦୃଢ଼ତା ସହ ବିଭିନ୍ନ ସାମାଜିକ ଓ ସଂଗଠନାତ୍ମକ ବିଷୟରେ ଆଲୋଚନା କରାଯାଇଥିଲା।