ମାଜଗତଜନନୀ ସେବା ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ।
ମାଜଗତଜନନୀ ସେବା ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ। କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଚମ୍ପୁଆ ବ୍ଲକର 22ଗୋଟି ପଞ୍ଚୟାତ ଓ ସହରାଞ୍ଚଳର 13 ଗୋଟି ୱାର୍ଡରେ ଥିବା ଵୃଦ୍ଧ ଵୃଦ୍ଧା ଭିର୍ଣ୍ଣକ୍ଷମ ଗରିବ ନିଷ୍ପେସିତ ଲୋକମାନଙ୍କୁ ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ମାଜଗତ ଜନନୀ ସେବା ଟ୍ରଷ୍ଟ ତରଫରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମଧ୍ୟ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି। ସୂଚନା ଯୋଗ୍ୟ ଯେ କେନ୍ଦୁଝର ମାଟିର ଲୋକପ୍ରିୟ ନେତା ବିଶିଷ୍ଟ ସମାଜସେବୀ ତଥା ବିଧାୟକ ଚମ୍ପୁଆ ସନାତନ ମହାକୁଡ଼ ଙ୍କ ସହାୟତା ଏବଂ ନିର୍ଦେଶ କ୍ରମେ ହଜାର ହଜାର କମ୍ବଳ ବଣ୍ଟନ କରାଯାଇଥିବା ତାଙ୍କର ସ୍ଥାନୀୟ ଚମ୍ପୁଆ ପ୍ରତିନିଧି ଗଣେଶ ଖିଲାର ସୂଚନା ଦେଇଛନ୍ତି। ମା ଜଗତ ଜନନୀ ସେବା ଟ୍ରଷ୍ଟ ପକ୍ଷରୁ ଏହି ମହତ ସମାଜସେବା ଜନସାଧାରଣଙ୍କ ମହଲରେ ଉଚ୍ଚ ପ୍ରସନଶୀତ ହୋଇପାରିଛି। ମାଜଗତ ଜନନୀ ସେବା ଟ୍ରଷ୍ଟ ତରଫରୁ କମ୍ବଳ ବଣ୍ଟନ ପ୍ରକ୍ରିୟା ଜାରି ରହିଛି। ସେବା ଟ୍ରଷ୍ଟ ତରଫରୁ ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ କଣ୍ଡାପସୀ କାଉଁରୀକଳା ଏବଂ ଗୋବର୍ଧନ ପଞ୍ଚାୟତ ରେ ଥିବା ଵୃଦ୍ଧ ଵୃଦ୍ଧା ଭିର୍ନକ୍ଷମ ଗରିବ ନିଷ୍ପେସିତ ଲୋକମାନଙ୍କୁ ଜିଲ୍ଲାରେ ଦିନକୁ ଦିନ ବଢୁଥିବା ଶୀତକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ତରଫରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯୋଗ୍ୟ ଯେ ପ୍ରତିବର୍ଷ ଜିଲ୍ଲାରେ ଶୀତ ସମୟରେ ଶୀତର ପ୍ରକୋପକୁ ଦୃଷ୍ଟିରେ ଟ୍ରଷ୍ଟ ତରଫରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। କେନ୍ଦୁଝର ମାଟିର ଲୋକପ୍ରିୟ ନେତା ବିଶିଷ୍ଟ ସମାଜସେବୀ ତଥା ମାନ୍ୟବର ବିଧାୟକ ଚମ୍ପୁଆ ସନାତନ ମହାକୁଡ଼ଙ୍କ ସହାୟତା ଏବଂ ନିର୍ଦେଶ କ୍ରମେ ପ୍ରତିବର୍ଷ ଶୀତୁଆ ସମୟରେ ଜିଲ୍ଲାରେ ଥିବା ଅସହାୟ ବୃଦ୍ଧ ଵୃଦ୍ଧା ଭିର୍ନକ୍ଷମ ଗରିବ ନିଷ୍ପେସିତ ବ୍ୟକ୍ତି ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥାଏ। ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ, ମୋବାଇଲ: 9437627342