
କବି ବାବୁଲାଲ ପାଇଲେ "ଉତ୍କଳିକା ସାରସ୍ବତ ସମ୍ମାନ।"
କବି ବାବୁଲାଲ ପାଇଲେ " ଉତ୍କଳିକା ସାରସ୍ବତ ସମ୍ମାନ।"
ଘଟଗାଁ,୯/୧୨: କେନ୍ଦୁଝର ଜିଲ୍ଲା ତଥା ସମଗ୍ର ରାଜ୍ୟରେ ଜଣେ ସୁପରିଚିତ କବି, ସାହିତ୍ୟିକ, ଦୃଢ଼ ସଂଗଠକ , ସୁଦକ୍ଷ ସଂପାଦକ,ପ୍ରତିଭାଦୀପ୍ତ ସାରସ୍ବତ ସାଧକ ତଥା ଓଡ଼ିଆ ଭାଷା ସାହିତ୍ୟର ନବ ଉନ୍ମେଷ ସଂଯୋଗୀ ସଜଫୁଲର ପ୍ରତିଷ୍ଠାତା ସମ୍ପାଦକ ବାବୁଲାଲ ପଲେଇ ଙ୍କୁ ଗଞ୍ଜାମ ଜିଲ୍ଲାର ବାଲିପଦର ଠାରେ ପ୍ରତିଷ୍ଠିତ ରାଜ୍ୟ କଳା, ସାହିତ୍ୟ ଓ ସଂସ୍କୃତିର ଅନନ୍ୟ ପ୍ରତିଷ୍ଠାନ " ଉତ୍କଳିକା " ତରଫରୁ " ଉତ୍କଳିକା ସାରସ୍ବତ ସମ୍ମାନ " ରେ ସମ୍ମାନିତ କରାଯାଇଛି।
ବ୍ରହ୍ମପୁର ର ଗଞ୍ଜାମ କଳା ପରିଷଦ ଭାଷା ଭବନ ଠାରେ ଆୟୋଜିତ ଉତ୍କଳିକାର ରାଜ୍ୟସ୍ତରୀୟ ଏକବିଂଶତମ ବାର୍ଷିକ ସାରସ୍ବତ ସମାବେଶରେ ଜୀବନବ୍ୟାପୀ ସାହିତ୍ୟ ସାଧନା,କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ଏବଂ ନୂତନ ସାରସ୍ବତ ସ୍ରଷ୍ଟା ସୃଜନ କରିବା ସହ ସାମାଜିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନ ଠାରୁ ଆରମ୍ଭ କରି ସମାଜ ଓ ସାହିତ୍ୟ ସେବା କ୍ଷେତ୍ରରେ ଉତ୍ସର୍ଗିକୃତ ମନୋଭାବ ନେଇ କାର୍ଯ୍ଯ କରୁଥିବା ଶ୍ରୀ ପଲେଇଙ୍କୁ ଏହି ସମ୍ମାନ ଦିଆଯାଇଛି ।ଅଭିନବ ଉତ୍କଳିକା ର ସଭାପତି ଇଂ. ବିଚିତ୍ରାନନ୍ଦ ମୁନୀଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ରୂପେ ପିପୁଲସ୍ କଲେଜ ବୁଗୁଡ଼ାର ଅଧ୍ୟକ୍ଷ ତଥା ବାଗ୍ମୀ ଡ. ପୁରୁଷୋତ୍ତମ ମିଶ୍ର,ମୁଖ୍ୟ ବକ୍ତା ଭାବେ କବି ତଥା ନାଟ୍ୟକାର ଇଂ କାମିନୀ କାନ୍ତ ଦାସ, ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ସାହିତ୍ୟ ସମାଜର ସଭାପତି ସୁଶାନ୍ତ ଦାଶ ଓ ଭୂତସରସିଂ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ତଥା ପୁସ୍ତକ ସମୀକ୍ଷିକା କୃଷ୍ଣାଞ୍ଜଳୀ ଦାଶ ଏବଂ ଉଦ୍ଘାଟକ ରୂପେ ନିଖିଳ ଉତ୍କଳ ବରିଷ୍ଠ କଳାକାର ସଂଘର ସଭାପତି ଡା ତିରୁପତି ସାହୁ,ଅନୁଷ୍ଠାନର ପ୍ରତିଷ୍ଠାତା ଓ ସଂପାଦକ ବିଜୟ ଚନ୍ଦ୍ର ମହାରଣା ଆଦି ପ୍ରମୁଖ ଯୋଗଦେଇ ଶ୍ରୀ ପଲେଇ ଙ୍କୁ ମାନପତ୍ର, ଟ୍ରଫି,ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ମାନିତ କରିବା ସହିତ ବିଭିନ୍ନ ସଂଗଠନ ମାଧ୍ୟମରେ ଜଣେ ସଫଳକାମୀ ବ୍ଯକ୍ତିତ୍ବ ରୂପେ ଅଭିହିତ କରି ଉଚ୍ଚ ପ୍ରଶଂସା କରିଥିଲେ । ଶ୍ରୀ ପଲେଇ ନିଜ ବାସଗୃହ କୁ ଫେରିବା ପରେ ପରେ ସଂଯୋଗୀ ସଜଫୁଲ ପରିବାର ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ତତ୍ ସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାରସ୍ବତ ସ୍ରଷ୍ଟା , ଶୁଭେଚ୍ଛୁ , ବନ୍ଧୁମାନଙ୍କ ଭିତରେ ଆନନ୍ଦର ଲହରୀ ଖେଳିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଚାଲିଛନ୍ତି।
ପୁରୁଷୋତ୍ତମ ପାତ୍ର, କେନ୍ଦୁଝର ଙ୍କ ରିପୋର୍ଟ, ମୋବାଇଲ: ୮୪୫୬୦୫୨୮୭୬