logo

ରାସ୍ତା ମଝିରେ ମଝିରେ ଆଣ୍ଠୁଏ ଖାଲ ଲୋକଙ୍କୁ କାଳ!

ରାସ୍ତା ମଝିରେ ମଝିରେ ଆଣ୍ଠୁଏ ଖାଲ ଲୋକଙ୍କୁ କାଳ!

ପାଟଣା- ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ବ୍ଲକ ଛକ ଠାରୁ ଶହେ ମିଟର ଦୂରରେ କେନ୍ଦେଇପଶି ରାସ୍ତାରେ ଏକ ଖାଲ ସୃଷ୍ଟି ହୋଇଛି। ରାସ୍ତା ମଝିରେ ଏହି ଖାଲଟି ହୋଇ ଥିବାରୁ ଯାତାୟାତ ରେ ଅନେକ ସମସ୍ୟା ସୃଷ୍ଟି କରୁଛି। କଂକ୍ରିଟ ର ଶେଷ ଓ ପିଚୁ ରାସ୍ତା ଆରମ୍ଭ ସ୍ଥାନରେ ଥିବା ଏକ କଲଭର୍ଟ ଉପରେ ଭାରବାହୀ ଯାନ ଯାତାୟାତ କରୁଥିବାରୁ ଦବି ଯାଇ କଂକ୍ରିଟ ଉଠି ଖାଲ ହୋଇ ଯାଇଛି। ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଗାଡି ମଟର ସହିତ ଭାରିଯାନ ଯିବାଆସିବା କରୁଛି। ବିଶେଷ କରି ୨ ଚକିଆ ଯାନ ଗୁଡିକ ଏହି ଖାଲ ପାଇଁ ପ୍ରତିଦିନ ଝୁଣ୍ଟି ହେଉଥିବା ଦେଖାଯାଉଛି। ଯଥାଶୀଘ୍ର ଏହି ଖାଲକୁ ଭଲଭାବେ ପିଚୁ କରାଯିବାକୁ ପାଟଣା ବାସୀ ଦାବି କରିଛନ୍ତି।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ, ମୋବାଇଲ: 94392 11178

11
878 views