ବାରମ୍ବାର ଅଭିଯୋଗ ପରେ ମଧ୍ଯ ମୁଖ୍ୟ ଛକରେ ଲାଗି ପାରିଲା ନାହିଁ ଷ୍ଟ୍ରିଟ୍ ଲାଇଟ୍।
ବାରମ୍ବାର ଅଭିଯୋଗ ପରେ ମଧ୍ଯ ମୁଖ୍ୟ ଛକରେ ଲାଗି ପାରିଲା ନାହିଁ ଷ୍ଟ୍ରିଟ୍ ଲାଇଟ୍। ପାଟଣା:୦୧/୧୨, ପାଟଣା ବଜାରରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକ ଦୀର୍ଘ ଦିନ ହେବ ଭାଙ୍ଗି ପଡ଼ିରହିଛି ଏପରିକି ବଜାର ମୁଖ୍ୟ ଛକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ଷ୍ଟ୍ରିଟ୍ ଲାଇଟ୍ ଟି ୨ ବର୍ଷରୁ ଉର୍ଦ୍ଧ୍ବ ହେବ ଜଳୁନାହିଁ ସୂଚନା ଏଠାରେ ପ୍ରକାଶ ଥାଉକି ଏକ ୧୨ ଚକିଆ ଟ୍ରକ ଗାଡ଼ି ଟି ଏହି ଷ୍ଟ୍ରିଟ୍ ଲାଇଟ୍ ଖୁଣ୍ଟ କୁ ଧକ୍କା ଦେବାରୁ ଭାଙ୍ଗି ଯାଇଥିଲା ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଆସୁଛି। ଏହା ଛଡ଼ା ପାଟଣା ମୁଖ୍ୟ ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ଇଣ୍ଡିଆ, ଦୋକାନ ଘର, ରହିଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ବ ଦିଆଯାଉ ନାହିଁ। ବଜାର ଅନ୍ଧାର ରହିଲେ ଚୋର ମାନଙ୍କୁ ଚୋରି କରିବା ପାଇଁ ସୁବିଧା ହେଉଥିବା ବ୍ୟବସାୟ ମାନେ ଅଭିଯୋଗ କରିଛନ୍ତି। ଏହି ଷ୍ଟ୍ରିଟ୍ ଲାଇଟ୍ କୁ ଶିଘ୍ର ଲଗାଇବା ପାଇଁ ପାଟଣା ଅଞ୍ଚଳ ବାସୀ ମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଅନୁରୋଧ କରିଛନ୍ତି।ସାମ୍ବାଦିକ ବିଜୟ ରତ୍ନ ପତି ଙ୍କ ରିପୋର୍ଟ, ମୋବାଇଲ: ୯୪୩୯୨୧୧୧୭୮