logo

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପକ୍ଷରୁ ଏଡ୍ସ ସଚେତନତା କାର୍ଯ୍ୟକ୍ରମ।

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପକ୍ଷରୁ ଏଡ୍ସ ସଚେତନତା କାର୍ଯ୍ୟକ୍ରମ।

ପାଟଣା:୦୧/୧୨, ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପରିସରେ ଆଜି ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ କଲେଜ ର ଯୁବ ରେଡ଼କ୍ରସ ବାହିନୀ, ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆଜି ଏକ ବିଶାଳ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି ସଚେତନତା ଶୋଭା ଯାତ୍ରା ମହାବିଦ୍ୟାଳୟ ପରିସରରୁ ବାହାରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଏ ଶୋଭାଯାତ୍ରା ଯାଇଥିଲା। ସେଠାରୁ ମହାବିଦ୍ୟାଳୟ କୁ ଫେରିବା ପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଵିରେନ୍ଦ୍ର କୁମାର ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଏନ ସି ସି ଅଧିକାରୀ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ, ବ୍ରଜେନ୍ଦ୍ର କୁମାର ପତି, ଅଧ୍ୟାପକ ଅଶ୍ୱିନୀ କୁମାର ସାହୁ, ଅଧ୍ୟାପକ ରତ୍ନାକର ମହାକୁଡ଼, ଏନ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ଡ଼ଃ ମନ୍ଦାକିନୀ ନାଏକ ଓ ଅଧ୍ୟାପକ ବଳରାମ ଚାମ୍ପିଆ,ଯୁବ ରେଡ଼କ୍ରସର ଅଧ୍ୟାପକ ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗଦେଇ ଏଡ୍ସ ଭୟାବହତା ଉପରେ ଆଲୋକପାତ କରିଥିଲେ। ଏଡ୍ସ ରୋଗ କଣ ଓ କାହିଁକି ହୋଇଥାଏ ଓ ଏହାର କୁପରିଣାମ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।ଏହି ରୋଗ ବିଷୟରେ ସମସ୍ତ ଜନସାଧାରଣ ଙ୍କୁ କିପରି ସଚେତନତା କରାଯିବ ଓ ରୋଗ ଠାରୁ ରକ୍ଷା ମିଳିବ ବାର୍ତ୍ତା ଦେଇଥିଲେ।

ସାମ୍ବାଦିକ ବିଜୟ ରତ୍ନ ପତି ଙ୍କ ରିପୋର୍ଟ, ମୋବାଇଲ: ୯୪୩୯୨୧୧୧୭୮

7
382 views