ଉଦୟପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏଚ ଆଇ ଭି/ଏଡ଼ସ ସଚେତନତା ଶିବିର।
ଉଦୟପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏ ଚ ଆଇ ଭି/ ଏଡ଼ସ ସଚେତନତା ଶିବିର। ପାଟଣା :୧/୧୨,ସାହାରପଡା ବ୍ଲକ ଉଦୟପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ମିଳିତ ଯୁବ ରେଡକ୍ରସ୍ ଏବଂ ରେଡ ରିବନ୍ ତରଫରୁ ଏ ଚ ଆଇ ଭି /ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଅନୁଷ୍ଠାନ ର ଯୁବ ରେଡକ୍ରସ୍ ର ସଂଯୋଜକ ଅର୍ଥନୀତି ବିଭାଗ ର ଅଧ୍ୟାପକ ମହେନ୍ଦ୍ର ନାଥ ଟୁଡୁ ଙ୍କ ସଭାପତିତ୍ବ କରିଥିବା ବେଳେ ଏଡ଼ସ ସଚେତନତା ଏବଂ ନିବାରଣ ସମ୍ବନ୍ଧରେ ବିଭିନ୍ନ ଉଦାହରଣ ମାଧ୍ୟମ ରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଓଡ଼ିଆ ବିଭାଗ ର ଅଧ୍ୟାପିକା ପୂଜାରିଣୀ ଭୂୟାଁ ସଭାର ପରିଚାଳନା କରିଥିଲେ। ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ମାନଙ୍କ ସହଜୋଗ ରେ ଏହି କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ପରିଚାଳନା କରାଯାଇଥିଲା।ପରିଶେଷରେ ଅନୁଷ୍ଠାନ ର ସଂସ୍କୃତ ବିଭାଗ ର ଅଧ୍ୟାପିକା ସସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରାଯାଇଥିଲା।ସାମ୍ବାଦିକ ବିଜୟ ରତ୍ନ ପତି ଙ୍କ ରିପୋର୍ଟ, ମୋବାଇଲ: ୯୪୩୯୨୧୧୧୭୮