
ନେଲୁଂଗ ଗ୍ରାମରେ କୁରାଳ ପଞ୍ଚମୀ ଉତ୍ସବ ପାଳିତ।
ନେଲୁଂଗ ଗ୍ରାମରେ କୁରାଳ ପଞ୍ଚମୀ ଉତ୍ସବ ପାଳିତ।
କେନ୍ଦୁଝର - ତା୨୫/୧୧/୨୫ରିଖ ପଞ୍ଚମୀ ତିଥି ରୁ ଦୀର୍ଘ ପାଞ୍ଚ ଦିନ ବ୍ୟାପି ନେଲୁଂ କୁମ୍ଭକାର୍ ସମ୍ପ୍ରଦାୟ ର ଇଷ୍ଟ ଦେବ ବ୍ରହ୍ମା, ସାବିତ୍ରୀ ଓ ହର ପାର୍ବତୀ ପୂଜା ଅତ୍ୟନ୍ତ ହର୍ଷ ଉଲ୍ଲାସ ରେ ପାଳିତ ହୋଇ ଯାଇଛି। ୨୫ ତାରିଖ ଅପରାହ୍ନ ରେ କୁମ୍ଭ କାର ଜାତିର କୁମାରୀ କନ୍ୟା, ଶିମନ୍ତିନି ଓ ଯୁବକ ମାନେ ସ୍ଥାନୀୟ ପୁଣ୍ୟ ତୋୟା ଅରଡେଇ ନଇ ରୁ ଜଳ ଆଣି ବାକୁ କଳସ ଶୋଭା ଯାତ୍ରା ରେ ଖୋଳ ତାଳ କୀର୍ତ୍ତନ ସହ ଯାଇ କଳସ ସ୍ଥାପନ କାର୍ଯ୍ୟ କରି ଥିଲେ। ପୂଜାରେ କର୍ତ୍ତା ଭାବେ ଏହାର ପ୍ରତିଷ୍ଠାତା କ୍ଷୀରୋଦ ରଣା ଓ କର୍ତ୍ରୀ ଭାବେ ତାଙ୍କ ସହ ଧର୍ମିନୀ ଦ୍ରୌପଦୀ ରଣା ଭାଗ ନେଇ ଥିଲେ।ପୂଜା ରେ ପୁରୋହିତ କାର୍ଯ୍ୟ କାମାକ୍ଷା କର ଙ୍କ ଦ୍ଵାରା ସମ୍ପାଦନ ହୋଇ ଥିଲା। କାର୍ଯ୍ୟ କ୍ରମ ମଧ୍ୟ ରେ ଏକ କୁରାଳ ପୂଜା ସମନ୍ଧିୟ ଆଲୋଚନା ଚକ୍ର ଆୟୋଜିତ ହୋଇ ଥିଲା। ଆଲୋଚନା ରେ ଅଂଶ ଗ୍ରହଣ କରି ଅନୁଷ୍ଠାନର ଆଦ୍ୟ ପ୍ରତିଷ୍ଠାତା କ୍ଷୀରୋଦ ରଣା ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ କୁମ୍ଭକର ଜାତି ସମାଜ ପାଇଁ କେତେ ଉପଯୋଗୀ ତାହା କହି ଥିଲେ। ବିବାହ, ଏକୋଷିଆ, ବ୍ରତ ପରି ମାଙ୍ଗଳିକ କାର୍ଯ୍ୟ ଠାରୁ ଆରମ୍ଭ କରି ଅଶୌଚ କାର୍ଯ୍ୟ କୁମ୍ଭ କାର ଙ୍କ ବିନା ଉପସ୍ଥିତି ରେ ହେବା ସମ୍ଭବ ନୁହେଁ ବୋଲି କହି ଥିଲେ। ଏହି ପର୍ବ ଯୁଗ ଯୁଗ ରୁ ହେଉ ଥିଲେ ମଧ ନିଜ ଗ୍ରାମ ନେଳୁଂ ରେ ଆଜ କୁ ୩୮ ବର୍ଷ ପୂର୍ବେ ବହୁ ଘାତ ପ୍ରତିଘାତ ଦେଇ ସ୍ୱର୍ଗତଃ ବିରଂଚି ରଣା, ରମେଶ ରଣା, ଗୌର ଚନ୍ଦ୍ର ରଣା, ବାବୁ ରଣା ଓ ବାବାଜୀ ରଣା ପ୍ରମୁଖଙ୍କ ଉଦମ୍ୟରେ ହୋଇଥିଲା। ସବୁଠାରୁ ସୁଖର କଥା ଥିଲା ବ୍ରାହ୍ମଣ ସାହିର ସମ ସାମୟିକ ବ୍ୟକ୍ତିଙ୍କ ଯୋଗ ଦାନ ଓ ପ୍ରେରଣା। ବୟସର ଅପରାହ୍ନ ରେ ମୁଁ ପହଞ୍ଚିଛି।ଯୁବକ ମାନଙ୍କୁ ନିବେଦନ କରିବି ସେମାନେ ଗ୍ରାମ ଗଠନରେ ଆଗଭର ହୋଇ ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ ପ୍ରତି ଧ୍ୟାନ ଦିଅନ୍ତୁ। ପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ପରସ୍ପର ଏକତା ସୂତ୍ରରେ ବାନ୍ଧି ହୋଇ ସମାଜ ଗଠନ ପାଇଁ ସହାୟକର ମାଧ୍ୟମ ମାତ୍ର। ଉପସ୍ଥିତ ମା ମାନଙ୍କୁ ଶ୍ରୀ ରଣା ଉପଦେଶ ଦେଇ କହିଲେ ଯେ, ପିଲାମାନଙ୍କ ଠାରେ ଆଧ୍ୟାତ୍ମିକ ଭାବନା ଉଦ୍ରେକ ନହେଲେ ପରିବାର ସହ ସମଗ୍ର ସମାଜ କଳୁଷିତ ହେବ। ସନାତନ ଧର୍ମ ଏକ ଶୃଙ୍ଖଳିତ ସମାଜ ଗଠନ ପାଇଁ ଆଇନ ମାତ୍ର। ତିନି ଦିନ ଧରି ମହିଳା ପାଲା ପ୍ରଭାତୀ ପରିଡ଼ା ଓ ସାଥୀ ମାନଙ୍କୁ ନେଇ ହୋଇ ଥିଲା। ପ୍ରସାଦ ବିତରଣ କାର୍ଯ୍ୟ କ୍ରମରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇ ଥିଲେ। ପୂଜା କାର୍ଯ୍ୟ ରେ ଦେବେନ୍ଦ୍ର ରଣା ଓ ମିତ୍ରଭାନୁ ରଣା ସହ ଯୋଗ କରି ଥିଲେ। ତେବେ ସମଗ୍ର କାର୍ଯ୍ୟ କ୍ରମକୁ ଉଦୀୟ ମାନ ଯୁବକ ଜୀବନ ରଣା, ଅଯୋଧ୍ୟା ରଣା, ଅମର ରଣା, ମନୋଜ ରଣା, ଅଜିତ ରଣା, ଚରଣ ରଣା, ନବ ରଣା, ପ୍ରତାପ ରଣା, ଉମେଶ ରଣା ଧୁବ ରଣା ଇତ୍ୟାଦି ସହଯୋଗ କରିଥିଲେ।ସମଗ୍ର କାର୍ଯ୍ୟକ୍ରମ ଟି ସୁଚାରୁ ରୂପେ ସମ୍ପନ୍ନ ହେବାର ଦାୟିତ୍ଵ ବରିଷ୍ଟ ସଦସ୍ୟ ସୁକାନ୍ତ ରଣା, ସନ୍ତୋଷ ରଣା, ଦେବବ୍ର ରଣା ଓ ଭରତ ରଣା ଙ୍କ ଦ୍ଵାରା ହୋଇ ଥିଲା।
ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ,
ମୋବାଇଲ ନମ୍ବର 9437627342