logo

ଆନନ୍ଦପୁର ରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରେ ସମୀକ୍ଷା ବୈଠକ ଆନନ୍ଦପୁର:କେନ୍ଦ୍ରମନ୍ତ୍ରୀ ବିଶ୍ୱେ

ଆନନ୍ଦପୁର ରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରେ ସମୀକ୍ଷା ବୈଠକ
ଆନନ୍ଦପୁର:କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଆନନ୍ଦପୁର ଓ ଘଷିପୁରା ନିର୍ବାଚନ ମଣ୍ଡଳୀର ଦୁଇ ବିଧାୟକ ପ୍ରାର୍ଥୀଙ୍କ ସହିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ର ସମୀକ୍ଷା କରିଥିଲେ।ପ୍ରଥମେ ଭୁବନେଶ୍ୱର ରୁ ବାହାରି ବେଲବାହାଳୀ କୁଶେଇ ନଦୀ ଉପରେ ନିର୍ମିତ ସେତୁର ସମୀକ୍ଷା କରିଥିଲେ ଏଥିରେ ବିଭାଗୀୟ ଏନ ଏଚ ଏ ଇ ଅଧିକାରୀ ଏବଂ ଏ ଆର ଏସ ଏସ ର ଅଧିକାରୀ ଙ୍କ ଠାରୁ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବୁଝିଥିଲେ।ନିର୍ଦ୍ଧାରିତ ସମୟରେ ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମାପ୍ତ କରିବା ସହିତ  ବିଭିନ୍ନ ସର୍ଭିସ ରୋଡ କୁ ଯଥାଶୀଘ୍ର ସମାପ୍ତ କରିବାକୁ ନିର୍ଦ୍ଧେଶ ଦେଇଥିଲେ।ଆସନ୍ତା ଜୁନ ସୁଦ୍ଧା ସମସ୍ତ କାମ ସାରିବାକୁ କତ୍ତୃପକ୍ଷ ରାଜିହୋଇଥିବା ସୂଚନା ମିଳିଛି।ବେଲବାହାଳୀ ସେତୁର ଉଭୟ ପାର୍ଶ୍ଵରେ ଦୁଇଟା ଗୋଲେଇ ଛକ ନିର୍ମାଣ ହେବାକୁ ମଧ୍ୟ ନିର୍ଦେଶ ଦେଇଥିବା ଜଣାଯାଇଛି।ପରେ ଆନନ୍ଦପୁର ବ୍ୟାରେଜ ଉପରେ କାର୍ଯ୍ୟକ୍ରମ ର ସମୀକ୍ଷା କରି ଯଥାଶୀଘ୍ର ଉଭୟ ପାର୍ଶ୍ଵ କେନାଲ କାମ ସମାପ୍ତ କରିବାକୁ ନିର୍ଦ୍ଧେଶ ଦେଇଥିବା ଜଣାଯାଇଛି।ଏବଂ କେନ୍ଦ୍ର ସରକାରଙ୍କ ଅର୍ଥରେ ଘର ଘର ପାଣି ଯୋଗାଇଦେବାକୁ ଥିବା ଜଳ ସେଚନ ମିଶନ କାର୍ଯ୍ୟକ୍ରମ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏଥିରେ ବିଭାଗୀୟ ସମସ୍ତ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।ଏହି ଗସ୍ତ କାର୍ଯ୍ୟକ୍ରମ ରେ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ପୃଥ୍ବୀ ରାଜ୍ କୁଅଁର,ଅଲୋକ ସେଠୀ, ବରିଷ୍ଠ ନେତା ମହେଶ୍ବର ସାହୁ,ରାମଚନ୍ଦ୍ର ସାହୁ,ଜ୍ଞାନ ସାମନ୍ତ ସିଂହାର, ରଞ୍ଜନ ପାତ୍ର, ଅନାଦି ସାହୁ,ସୁମତି ଜେନା,ସୁକଦେଵ ଦାସ,ମାନସ ରଞ୍ଜନ ସା,ବାଇ ଧର ଚିନ୍ଦରା, ସଂଗ୍ରାମ ଜେନା,ରାଜୀବ ନାୟକ,କିଶୋର ପାତ୍ର, ବଳରାମ ମାଝୀ, ଦୀପକ ଜେନା,ଆକାଶ ସାହୁ,ପ୍ରଭୃତି ଉପସ୍ଥିତ ରହି ସହଯୋଗ କରିଥିଲେ।

0
14662 views